Below header

ରିଲିଜ୍‌ ହେଲା ‘ଦୂରଦର୍ଶନ’ ଟ୍ରେଲର, ତାଜା ହେଲା ୯୦ ଦଶକର ସ୍ମୃତି

ମାହି ଗିଲ୍‌ଙ୍କ ଫିଲ୍ମ ‘ଦୂରଦର୍ଶନ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏଥିରେ ୯୦ ଦଶକର ଜୀବନଶୈଳୀ ଦେଖିବାକୁ ମିଳିଛି। ମନୋରଞ୍ଜନଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କର ବ୍ୟସ୍ତବହୁଳ ଜୀବନଚଯ୍ୟର୍ାକୁ ଅତି ମଜାଳିଆ ଢଙ୍ଗରେ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଛି।

ବୁଢୀ ଦାଦି ବେଡ୍‌ରେ ପଡ଼ିଥିବା ସତ୍ତ୍ୱେ ଚିତ୍ରହାର ସମୟକୁ ମନେ ରଖିବା, ଟିଭି ଖରାପ ହେଲେ ଆଣ୍ଟିକା ଘୂରାଇବା, ଝାପ୍‌ସା ଦେଖାଗଲେ ଟିଭିକୁ ବାଡେଇବା, ଚ୍ୟାନେଲ ବଦଳାଇବା ପାଇଁ ଟିଭିର କାନକୁ ମୋଡ଼ିବା, ଏ ସବୁ ଏହି ଟ୍ରେଲରରେ ରଖାଯାଇଛି।

d55

ଟ୍ରେଲରକୁ ଦେଖି ୯୦ ଦଶକର ଲାଇଫ୍‌ ଷ୍ଟାଇଲ୍‌ ମନେ ପଡ଼ିଯାଉଛି। ଏହି ଫିଲ୍ମ ଏକ ‘ସ୍ଲାଇସ୍‌ ଅଫ୍‌ ଲାଇଫ୍‌ କମେଡି ଡ୍ରାମା’, ଯେଉଁଥିରେ ଦର୍ଶକ ଏକ ଉତ୍ତର ଭାରତୀୟ ପରିବାରକୁ ଦେଖିପାରିବେ। ଏହି ଫ୍ୟାମିଲିର ଜର୍ନି ୯୦ ଦଶକରୁ କିପରି ନୂଆ ଜମାନା ଆଡ଼କୁ ଆସୁଛି, ତାହା ଦେଖିବାକୁ ମିଳୁଛି।

ଫିଲ୍ମରେ ମାହି ଗିଲ, ମନୁ ଋଷି ଚଡ୍ଡା, ଡଲି ଆହ୍ଲଓ୍ଵାଲିଆ, ସୁପ୍ରିୟା ଶୁକ୍ଳା, ରାଜେଶ ଶର୍ମା, ମହକ ମନବାନିସ୍‌, ସୁମିତ୍‌ ଗୁଲାଟି, ଆଦିତ୍ୟ କୁମାରଙ୍କ ସହ ଶାର୍ଦ୍ଦୁଳ ରାଣା, ଅର୍ଚ୍ଚିତା ଶର୍ମା ଓ ମନୋଜ ବକ୍ସିଙ୍କ ଭଳି କଳାକାର ଅଭିନୟ କରିଛନ୍ତି।

video courtesy: youtube

ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଗଗନ ପୁରୀ। ଋତୁ ଶର୍ମା ପ୍ରଯୋଜନା ଭାର ତୁଲାଇଛନ୍ତି, ଯାହାକୁ ଆଯ୍ୟର୍ା ଫିଲ୍ମ ପ୍ରେଜେଣ୍ଟ କରିଛି।

ଫିଲ୍ମର ଟ୍ରେଲରକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ସେମାନେ ବି ୯୦ ଦଶକର ନିଜର କିଛି ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। କିଛି ଦର୍ଶକ ଲେଖିଛନ୍ତି, ‘ଯେତେବେଳେ ଲାଇନ୍‌ କାଟିଯାଉଥିଲା, ସେତେବେଳେ ଆମେ ଘର ପିଣ୍ଡାରେ ବସି ମାଠିଆରୁ ଥଣ୍ଡା ପାଣି ପିଉଥିଲୁ’। ଆଉ ଜଣେ ଲେଖିଥିଲେ, ‘ମୁଁ ଚିତ୍ରହାର ଦେଖିବା ପାଇଁ ୧୫ ମିନିଟ୍‌ ପୂର୍ବରୁ ହିଁ ଅପେକ୍ଷା କରି ରହୁଥିଲି’। ଏମିତି ଅନେକ ଦର୍ଶକ ୯୦ ଦର୍ଶକର ସ୍ମୃତିକୁ ତାଜା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.