Below header

WhatsAppରେ କାହା ସହିତ କରିଛନ୍ତି ସବୁଠୁ ଅଧିକ ଚାଟିଂ, ଜାଣନ୍ତୁ ଏହି ସହଜ ଟ୍ରିକ୍‌

ଆଜିକା ଦିନରେ WhatsApp ସବୁଠାରୁ ପପୁଲାର୍‌ ମେସେଜିଂ ଆପ୍‌। ଏଥିରେ ଲୋକେ ଫଟୋ ଏବଂ ଭିଡିଓ ଶେୟାର କରିବା ଅପେକ୍ଷା ଅଧିକ ମାତ୍ରାରେ ଚାଟିଂ କରିଥାଆନ୍ତି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ WhatsAppରେ କାହା ସହିତ ଅଧିକ ଚାଟିଂ କରିଛନ୍ତି, ସେଥିପାଇଁ WhatsApp ଆପଣଙ୍କୁ ଦେଇଛି ଏକ ଖାସ୍‌ ଫିଚର, ଯାହା ଜରିଆରେ ଆପଣ ଜାଣିପାରିବେ, କାହା ସହିତ ଅଧିକ ଚାଟିଂ କରିଛନ୍ତି। ଏହାସହିତ ଆପଣଙ୍କ ଫେଭୋରାଟ୍‌ କନ୍‌ଟାକ୍ଟ ସହ କେତେ ମିଡିଆ ଫାଇଲ୍ସ, ଅଡିଓ, ଫଟୋ, GIF ଆଦି ଶେୟାର କରିଛି, ତାହା ବି ଜାଣିପାରିବେ। ଏଠି ଆମେ ଆପଣଙ୍କୁ ଏହାର ସହଜ ଟ୍ରିକ୍‌ ବିଷୟରେ କହିବାକୁ ଯାଉଛୁ।

f1

୧. ପ୍ରଥମେ WhatsApp ଓପନ୍‌ କରି ସେଟିଂକୁ ଯାଆନ୍ତୁ।

f2

୨. ସେଟିଂ ଉପରେ ଟ୍ୟାପ୍‌ କରୁ କରୁ ଆପଣଙ୍କ ସାମ୍ନାରେ କେତେକ ଅପ୍‌ଶନ ଆସିଯିବ। ଏଠାରେ ଆପଣଙ୍କୁ Data and storage usage ଉପରେ ଟ୍ୟାପ୍‌ କରିବାକୁ ହେବ।

f3

୩. Data and storage usage ଉପରେ ଟ୍ୟାପ୍‌ କରିବା ପରେ storage usageର ଅପ୍‌ଶନ ମିଳିବ।

f5

୪. ଯେତେବେଳେ ଆପଣ storage usage ଉପରେ କ୍ଲିକ୍‌ କରିବେ, ଆପଣଙ୍କ ସାମ୍ନାରେ ଏକ ଲମ୍ବା ଲିଷ୍ଟ ଆସିଯିବ, ଯେଉଁଥିରେ ଲେଖା ହୋଇଥିବ କେଉଁ WhatsApp ୟୁଜର କେତେ ଷ୍ଟୋରେଜ୍‌ ସ୍ପେଶ୍‌ ନେଇଛନ୍ତି।

f66

୫. ଏଠାରେ ପହଞ୍ଚିବା ପରେ ଆପଣ କୌଣସି ବି କନ୍‌ଟାକ୍ଟ ଉପରେ ଟ୍ୟାପ୍‌ କରି ଏହା ଜାଣିପାରିବେ ଯେ ଆପଣ ପରସ୍ପରକୁ କେତେ ଟେକ୍ସଟ ମେସେଜ, ଫଟୋ, ଭିଡିଓ ଆଦି ପଠାଇଛନ୍ତି।

Smartphone e generazione Z

ଆପଣ ଚାହିଁଲେ, ସ୍ପେସ୍‌ ଫ୍ରି ମଧ୍ୟ କରିପାରିବେ। ଶେଷ ସ୍ଲାଇଡ୍‌ରେ ସବୁଠାରୁ ତଳେ ଆପଣଙ୍କୁ Free up Space ଦେଖାଯିବ। ଯେଉଁ ଯେଉଁ ଜିନିଷକୁ ଡିଲିଟ୍‌ କରିବାକୁ ଚାହିଁବେ, ଏହା ଉପରେ କ୍ଲିକ୍‌ କରି ହଟେଇ ପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.