Below header

ପ୍ରତିଦିନ ୨ ଜିବି ଡାଟା ସହ ପାଇବେ ଅନଲିମିଟେଡ କଲିଙ୍ଗ, ତାହାପୁଣି ୩୬୫ ଦିନ ପର୍ଯ୍ୟନ୍ତ ୭୯୭ ଟଙ୍କାରେ

ଟେଲିକମ୍‌ ଇଣ୍ଡଷ୍ଟ୍ରୀରେ ଶସ୍ତା ରିଚାର୍ଜ ପ୍ଲାନ ଦେବା ମାମଲାରେ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (BSNL), ଏୟାରଟେଲ ଏବଂ ରିଲାଏନ୍ସ ଜିଓ ଠାରୁ ବି ଆଗରେ ରହିଛି। ବିଏସଏନଏଲର ଏହି ଶସ୍ତା ପ୍ଲାନ ୟୁଜର୍ସଙ୍କୁ ବହୁତ ପସନ୍ଦ ଆସୁଛି। ଯଦି ଆପଣ ମଧ୍ୟ ବିଏସଏନଏଲର ଏହି ଶସ୍ତା ପ୍ଲାନ ବିଷୟରେ ସୂଚନା ପାଇବାକୁ ଚାହୁଁଛନ୍ତି ଏବଂ ମହଙ୍ଗା ରିଚାର୍ଜ ପ୍ଳାନ ଠାରୁ ଚିନ୍ତିତ ହୋଇ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ଆଣିଛୁ ବିଏସଏନଏଲର ଏକଦମ୍‌ ଶସ୍ତା ଏବଂ ଅଧିକ ଡାଟା ଦେଉଥିବା ପ୍ଲାନ। ଯାହା ଅନ୍ୟ କମ୍ପାନୀ ମୁକାବିଲାରେ ବହୁତ ଶସ୍ତା ଏବଂ ଅଧିକ ଭ୍ୟାଲିଡିଟୀ ସହିତ ଆସିଥାଏ। ତାହେଲେ ଚାଲନ୍ତୁ ଜାଣିବା ଏହି ଦମଦାର ପ୍ଲାନ୍‌ ବିଷୟରେ।

ବିଏସଏନଏଲ ଦେଉଥିବା ଏହି ଶସ୍ତା ପ୍ଲାନରେ ୭୯୭ ଟଙ୍କାର ପ୍ରିପେଡ୍‌ ରିଚାର୍ଜ କରାଇବା ଦ୍ୱାରା ୟୁଜର୍ସଙ୍କୁ ପ୍ରତିଦିନ ୨ ଜିବିର ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ପୂରା ଗୋଟେ ବର୍ଷ ପାଇଁ ରହିଛି। ଅର୍ଥାତ ଆପଣଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ ଜିବିର ଇଣ୍ଟରନେଟ ଡାଟା ମିଳିବ। କେବଳ ଏତିକି ନୁହେଁ ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ 100SMS ମଧ୍ୟ ମିଳିଥାଏ। ପ୍ରତିଦିନ ମିଳୁଥିବା ୨ ଜିବି ଡାଟା ଶେଷ ହେବା ପରେ ମଧ୍ୟ ଆପଣଙ୍କୁ 80Kbpsର ସ୍ପିଡରେ ମାଗଣା ଡାଟା ମିଳିବ। ଏଠାରେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ଫ୍ରି ବେନିଫିଟ୍ସ ପ୍ରଥମ ୬୦ ଦିନ ପାଇଁ ଭ୍ୟାଲିଡ ରହିଛି।

ଏହି ୭୯୭ ଟଙ୍କାର ପ୍ଲାନ ସହିତ ଅନଲିମିଟେଡ କଲିଙ୍ଗ ସୁବିଧା ମଧ୍ୟ ମିଳିଥାଏ। ଏହି ପ୍ଲାନରେ ଆପଣ ଲୋକାଲ, ଏସଟିଡି ଏବଂ ରୋମିଙ୍ଗ କଲ୍ସ ମଧ୍ୟ କରିପାରିବେ। ଆପଣ BSNL ଟୁ BSNL ସହିତ ଅନ୍ୟ ଯେକୌଣସି ନେଟଓ୍ଵର୍କ ବି କଲ୍‌ କରିପାରିବେ। ଏହି ପୂରା ପ୍ଲାନରେ ଆପଣଙ୍କୁ ୩୬୫ ଦିନ ପାଇଁ ମୋଟ ୭୩୦ ଜିବି ଡାଟା, ପ୍ରତିଦିନ 100SMS ଏବଂ ଅନଲିମିଟେଡ କଲିଙ୍ଗ୍‌ ସୁବିଧା ମିଳୁଛି। ଯାହା କୌଣସି ଅନ୍ୟ କମ୍ପାନୀ ପ୍ରିପେଡ ରିଚାର୍ଜ ପ୍ଲାନରେ ପ୍ରାୟ ୪ ଗୁଣା ପର୍ଯ୍ୟନ୍ତ ଶସ୍ତା ରହିଛି। ଯଦି ଆପଣ ଅଧିକ ଡାଟା ବ୍ୟବହାର କରୁଥାନ୍ତି ତାହେଲେ ବିଏସଏନଏଲରଏହି ୭୯୭ ଟଙ୍କାର ଏହି ପ୍ରିପେଡ ରିଚାର୍ଜ ପ୍ଲାନ ଆପଣଙ୍କ ପାଇଁ ବହୁତ ଭଲ ଅପ୍ସନ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.