Below header

BSNL ଲଞ୍ଚ୍‌ କଲା ସବୁଠୁ ଶସ୍ତା ଭ୍ୟାଲିଡିଟି ପ୍ୟାକ୍‌, ମାତ୍ର ୨ ଟଙ୍କାରେ ପାଇବେ ଏସବୁ ସୁବିଧା

ଅନ୍ୟ ଟେଲିକମ୍‌ କମ୍ପାନୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବିଏସ୍‌ଏନ୍‌ଏଲ୍‌ ପୁଣି ଥରେ ଏକ ନୂଆ ପ୍ଲାନ୍‌ ଲଞ୍ଚ୍‌ କରିଛି। ଏହି ପ୍ଲାନ୍‌ରେ ୟୁଜର ମାତ୍ର ୨ ଟଙ୍କାରେ ନିଜ ପ୍ରିପେଡ୍‌ ପ୍ଲାନ୍‌ର ଭ୍ୟାଲିଡିଟି ବଢ଼ାଇପାରିବେ। ଏହି ନୂଆ ପ୍ଲାନ୍‌ ୧୯ ଟଙ୍କାର ରିଭାଇଜ୍‌ ଭର୍ସନ୍‌ ବୋଲି କୁହାଯାଉଛି। ନୂଆ ୨ ଟଙ୍କିଆ ପ୍ଲାନ୍‌ ସିମ୍‌ର ବୈଧତାକୁ ୩ଦିନ ବଢ଼ାଇବ।

About 70,000 BSNL employees opt for VRS in a week

ବିଏସ୍‌ଏନ୍‌ଏଲ୍‌ ତରଫରୁ ଏହି ପ୍ଲାନ୍‌କୁ ଏବେ କେବଳ ତାମିଲନାଡ଼ୁରେ ଲାଗୁ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ସାରା ଦେଶରେ ଲାଗୁ କରାଯିବ ବୋଲି ଜଣାଯାଇଛି। ଯଦି ଆପଣ ବର୍ତ୍ତମାନ ପ୍ଲାନ୍‌ର ଶେଷ ଦିନରେ ୨ ଟଙ୍କା ରିଚାର୍ଜ କରିବେ ତେବେ ଆପଣଙ୍କ ନମ୍ବରର ଭ୍ୟାଲିଡିଟି ଆଉ ୩ ଦିନ ବଢ଼ିଯିବ। ଏହି ରିଚାର୍ଜ ୟୁଜର ନିଜ ମେନ୍‌ ଆକାଉଣ୍ଟ ବାଲାନ୍ସ କାଟି କରିପାରିବେ। ୨ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ଆଉ କିଛି ଅତିରିକ୍ତ ସୁବିଧା ମିଳିବ ନାହିଁ।

bsnl

ସୂଚନାଯୋଗ୍ୟ ଯେ ପୂର୍ବରୁ ବିଏସ୍‌ଏନ୍‌ଏଲ୍‌ ତରଫରୁ ୧୯ ଟଙ୍କିଆ ଭ୍ୟାଲିଡିଟି ପ୍ୟାକ୍‌‌ ଲଞ୍ଚ୍‌ କରାଯାଇଥିଲା। ଏହି ପ୍ୟାକ୍‌ରେ ଗ୍ରାହକ ନିଜ ନମ୍ବରର ଭ୍ୟାଲିଡିଟିକୁ ୩୦ ଦିନ ବଢ଼ାଇପାରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.