ଏହି ଉପାୟରେ ନିଜ ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିପାରିବେ ଡାଇବେଟିସ୍‌ ରୋଗୀ

ବର୍ତ୍ତମାନ ଖରାପ ଜୀବନଶୈଳୀ ଯୋଗୁ ପ୍ରାୟ ଲୋକ ମଧୁମେହ ବା ଡାଇବେଟିସ୍‌ରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ମଧୁମେହ ହେବା ପରେ ବ୍ୟକ୍ତିଙ୍କର ରକ୍ତ ଶର୍କରା ସ୍ତର ପ୍ରଭାବିତ ହୋଇଥାଏ। କେବଳ ସେତିକି ନୁହେଁ ଶରୀରରେ ଇନ୍‌ସୁଲିନ୍‌ ଉତ୍ପାଦନ ମଧ୍ୟ କମିଥାଏ। ଖାସ୍‌ କରି ହାଇ ବ୍ଲଡ୍‌ ପ୍ରେସର ଓ ଲୋ ବ୍ଲଡ୍‌ ପ୍ରେସର ଥିବା ବ୍ୟକ୍ତିଙ୍କ ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ। ଦୁର୍ବଳ ଇମ୍ୟୁନିଟି ସିଷ୍ଟମ୍‌ ଯୋଗୁ ଶରୀରରେ ଡାଇବେଟିସ୍‌ ଭଳି ସମସ୍ୟା ଦେଖାଦିଏ। ଏହାକୁ ପୁଣିଥରେ ଠିକ୍‌ କରିବାକୁ ଦୀର୍ଘ ସମୟ ଲାଗିଥାଏ। ତେବେ ବର୍ତ୍ତମାନ କରୋନା ସ୍ଥିତିରେ ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଏସବୁ ଟିପ୍ସ ଆପଣାନ୍ତୁ…

Taking care of your health: Robins diabetes educator explains ...

  • ଇମ୍ୟୁନିଟି ସିଷ୍ଟମ୍‌ ବଢ଼ାଇବାକୁ ପ୍ରଚୁର ପରିମାଣରେ ଫଳ ଓ ପନିପରିବା ଖାଆନ୍ତୁ।
  • ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ସକାଳେ ଓ ସନ୍ଧ୍ୟାରେ ଯୋଗ, ପ୍ରାଣାୟାମ କରିବା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୁଏ। ଯଦି ଏକ୍ସରସାଇଜ୍‌ କରିପାରୁନାହାନ୍ତି ତେବେ ଘରେ ଝାଡ଼ୁ ମାରିବା, ପୋଛାପୋଛି କରିବା ଆଦି ଛୋଟ ଛୋଟ କାମ କରନ୍ତୁ। ଶରୀର ସୁସ୍ଥ ରହିବ।
  • ନିୟମିତ ବ୍ୟବଧାନରେ ଘରେ ବ୍ଲଡ୍‌ ସୁଗାର ଲେବଲ ଚେକ୍‌ କରନ୍ତୁ। ଏହା ଦ୍ୱାରା ଆପଣ ଖାଦ୍ୟପେୟକୁ ନିୟନ୍ତ୍ରଣ କରିପାରିବେ।

Cure to diabetes mellitus peeping into the future - InnoHEALTH ...

  • ଯଦି ଆପଣ ଡାଇବେଟିସ୍‌ ଓ ହାଇପରଟେନ୍ସନ୍‌ ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ନିୟମିତ ପ୍ରେସର ଚେକ୍‌ କରନ୍ତୁ ଓ ମେଡିସିନ୍‌ ଗ୍ରହଣ କରନ୍ତୁ।
  • ଡାଇବେଟିସ୍‌ ଥିବା ବ୍ୟକ୍ତିଙ୍କ ଶରୀର କ୍ଷତ ଶୀଘ୍ର ଶୁଖିନଥାଏ। ଏଣୁ ଯଦି ଶରୀରରେ କୌଣସି ଖଣ୍ଡିଆ ହୋଇଛି ତେବେ ସ୍ୱତନ୍ତ୍ର ଭାବେ ତାହାର ଯତ୍ନ ନିଅନ୍ତୁ। ହାତ ଭଳି ଗୋଡ଼କୁ ମଧ୍ୟ ପରିଷ୍କାର ରଖନ୍ତୁ।
  • ଡାଇବେଟିସ୍‌ ରୋଗୀଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥାଏ। ଏଣୁ ସେମାନଙ୍କୁ କରୋନା ହେବା ଆଶଙ୍କା ଅଧିକ ରହିଥାଏ। ତେଣୁ ବର୍ତ୍ତମାନ ସ୍ଥିତିରେ ଆପଣ ଆଦୌ ଘରୁ ବାହାରନ୍ତୁ ନାହିଁ। ଯଦି ଜରୁରୀ କାମ ପାଇଁ ଯାଉଛନ୍ତି ତେବେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.