ଅନାହାରରେ ଚାଲିଗଲା ମା’ର ଜୀବନ, ଷ୍ଟେସନରେ ପଡି ରହିଥିବା ଶବର କାନି ଧରି ଖେଳୁଛି ଅବୋଧ ଶିଶୁ ଦେଖନ୍ତୁ ଭିଡିଓ

କେନ୍ୟୁଜ : ଶୋଇ ପଡିଥିବା ମାଆକୁ ଉଠାଇବାକୁ ପ୍ରୟାସ କରୁଛି ଶିଶୁ। ଘୋଡ଼ା ହୋଇଥିବା କପଡା ଉଠାଇବାକୁ ଚେଷ୍ଟା କରୁଛି। କିନ୍ତୁ ସେ ଜାଣି ନାହିଁ ତା ମାଆ ଆଉ କେବେ ଉଠିବ ନାହିଁ। ଚିର ନିଦ୍ରାରେ ଶୋଇ ଯାଇଛି ମାଆ। ଲକ୍‌ ଡାଉନ ସମୟରେ ଅସହାୟ ଶ୍ରମିକଙ୍କ ଆଉ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ।

ମହିଳାଙ୍କ ପରିବାର ସୂଚନା ଦେଇଛନ୍ତି ଗତ ଶନିବାର ଗୁଜରାଟରୁ ଟ୍ରେନ୍‌ରେ ମହିଳା ଜଣକ ସୋମବାର ବିହାରର ମୁଜାଫରପୁର ଷ୍ଟେସନରେ ପହଞ୍ଚିଥିଲେ । ଟ୍ରେନରେ ଦୁଇ ଦିନ କିଛି ଖାଇ ନଥିବାରୁ ଦେହ ଖରାପ ହୋଇ ଯାଇଥିଲା। ଷ୍ଟେସନରେ ଓହ୍ଲାଇବା ପରେ, ଦେହ ଖରାପ ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପ୍ଲାଟଫର୍ମରେ ଘୋଡାଇ ରଖାଯାଇଥିଲା ମର ଶରୀର। ଅବୁଝା ଶିଶୁ କିନ୍ତୁ, ମାଆକୁ ଉଠାଇବାକୁ ପ୍ରୟାସ କରୁଥିଲା ।

video courtesy “jagruk nagarik”

ମୁଜାଫରପୁର ଷ୍ଟେସନରେ ଅନ୍ୟ ଜଣେ ଅଢେଇ ବର୍ଷର ଶିଶୁର ମଧ୍ୟ ମୃତ୍ୟୁ ହୋଇଛି । ସେ ମଧ୍ୟ ନ ଖାଇ ନ ପିଇ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସହି ପାରି ନଥିଲା। ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ ପ୍ରତିଦିନ ଦେଶର କେଉଁ ନା କେଉଁ ସ୍ଥାନରୁ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.