ବିଏସ୍ଏନ୍ଏଲ୍ କର୍ମଚାରୀଙ୍କୁ ଦୀପାବଳି ଭେଟି, MTNL ସହ BSNL ମିଶ୍ରଣକୁ କ୍ୟାବିନେଟ୍ ମଞ୍ଜୁରୀ

କେନ୍ଯୁଜ୍ : ବିଏସ୍ଏନ୍ଏଲ୍ କର୍ମଚାରୀଙ୍କୁ ଦୀପାବଳି ଭେଟି। କର୍ମଚାରୀଙ୍କ ମନରୁ ବିଏସ୍ଏନ୍ଏଲ୍ ବନ୍ଦ ହେବା ଭୟ ଦୂର କରିଛନ୍ତି କେନ୍ଦ୍ର ସରକାର। ଏବେ ପ୍ରତିଦ୍ୱନ୍ଦିତା ବଜାରରେ ଅଧିକ ସକ୍ରିୟ ହେବ ଭାରତ ସଂଚାର ନିଗମ ଲିମିଟେଡ୍। MTNL ସହ BSNL ମିଶ୍ରଣ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି।
ଏହାସହ ପଢନ୍ତୁ:
ଦୀପାବଳିର ଠିକ୍ ପୂର୍ବରୁ ଏହି ଦିନରେ ରହିବ ବ୍ୟାଙ୍କ୍ ବନ୍ଦ, ଯାହା କାମ ଅଛି ଶିଘ୍ର କରନ୍ତୁ ଶେଷ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କମିଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଘୋଷଣା ପୂର୍ବରୁ ଜି ବିଏସଏନଏଲ କର୍ମଚାରୀଙ୍କ ସେପଟେମ୍ବର ମାସର ଦରମା ମିଳି ଯାଇଥିଲା। ଅନ୍ୟପଟେ ୨୦୨୦ ମାର୍ଚ୍ଚ ସୁଦ୍ଧା ବିଏସଏନଏଲ 4-G ସେବା ଆରମ୍ଭ କରିବ ବୋଲି ପୂର୍ବରୁ ଘୋଷଣା ହୋଇସାରିଛି। ଉଭୟ BSNL ଓ MTNL ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ।