ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ଆଜି ମୋଟ ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି

କେନ୍ୟୁଜ୍ : ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଆଜି ମୋଟ ୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଗତକାଲି ୩ଟି ଗେଟ୍ ଓ ଆଜି ଆଉ ୫ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦର ଜଳସ୍ତର ରହିଛି ୬୨୦.୨୭ ଫୁଟ । ପ୍ରତି ସେକେଣ୍ଡକୁ ଜଳଭଣ୍ଡାରକୁ ୧ଲକ୍ଷ ୩ହଜାର ୩୪୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୧ଲକ୍ଷ ୩ହଜାର ୩୪୫ କ୍ୟୁସେକ୍ ଜଳ । ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ରହିଛି ୬୩୦ ଘନଫୁଟ ।