SBI ଖାତାଧାରକଙ୍କ ପାଇଁ ବଡ ଖବର ! ଯଦି ଏହି ମେସେଜ ଉପରେ କଲେ କ୍ଲିକ, ତେବେ ଖାଲି ହୋଇଯିବ ଆପଣଙ୍କ ସମସ୍ତ ଜମା-ପୁଞ୍ଜି

ଟେକ୍ନୋଲୋଜିର ଦୁନିଆରେ ଲୋକମାନେ ସାଧାରଣତଃ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଅନଲାଇନ ପ୍ଲାଟଫର୍ମର ଉପଯୋଗ କରିଥାନ୍ତି। ସେହିପରି ଏହାର ସୁଯୋଗ ନେଇ ସାଇବର ହ୍ୟାକର୍ସ ଲୋକଙ୍କୁ ନିଜର ଶିକାର ବନାଉଛନ୍ତି। ଦେଶର ଅନଲାଇନ ଠକାମି ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଏସବିଆଇ (SBI) ଖାତାଧାରକଙ୍କୁ ଏକ ମେସେଜ୍ ଆସୁଛି, ଯାହାକୁ ଆୟକର ବିଭାଗରୁ ଆସୁଛି ବୋଲି କୁହାଯାଉଛି। ଯଦି ଗ୍ରାହକ ଏହି ମେସେଜ୍ ଉପରେ କ୍ଲିକ କରୁଛନ୍ତି ତେବେ ତାଙ୍କ ଜମା-ପୁଞ୍ଜି ଗାୟବ ହୋଇଯାଉଛି। ଏହାସହିତ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜର ଗ୍ରାହକଙ୍କୁ ଏମିତି ମେସେଜ ଠାରୁ ସର୍ତକତାରେ ରହିବା ପାଇଁ ମଧ୍ୟ କହିଛି।
ଏହି ଫେକ୍ ବା ନକଲି ମେସେଜରେ ଲେଖା ହୋଇଛି ଆପଣଙ୍କ ଖାତା ବନ୍ଦ ହୋଇଯିବ। ଏହି ଆକାଉଣ୍ଟକୁ ପୁର୍ନବାର ଚାଲୁ କରିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ କରି କେଓ୍ଵାସି ପ୍ରକ୍ରୀୟାକୁ ପୂରା କରନ୍ତୁ। ସେହିପରି ହ୍ୟାକର୍ସ ଏହି ଲିଙ୍କ ଜରିଆରେ ଆକାଉଣ୍ଟଧାରୀଙ୍କ ବ୍ୟକ୍ତିଗତ ବିବରଣୀକୁ ହାସଲ କରିନେଉଛନ୍ତି।
ଏହାପରେ ହ୍ୟାକର୍ସ ଗ୍ରାହଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଉଛନ୍ତି। ଯଦି ଆପଣଙ୍କୁ ମଧ୍ୟ ଏମିତି ନକଲି ମେସେଜ୍ ଆସିଥାଏ ତେବେ ଭୁଲରେ ମଧ୍ୟ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ନଚେତ ଆପଣଙ୍କ ଆକାଉଣ୍ଟ କେତେବେଳେ ଯେ ଖାଲି ହୋଇଯିବ ଆପଣ ନିଜେ ବି ଜାଣିପାରିବେ ନାହିଁ।
ଏହାସହ ପଢନ୍ତୁ : ଦୀପାବଳିର ଠିକ୍ ପୂର୍ବରୁ ଏହି ଦିନରେ ରହିବ ବ୍ୟାଙ୍କ୍ ବନ୍ଦ, ଯାହା କାମ ଅଛି ଶିଘ୍ର କରନ୍ତୁ ଶେଷ
ଏଇଠି ଦିଅନ୍ତୁ ଅଭିଯୋଗ
ଯଦି ଏସବିଆଇ ଗ୍ରାହକ ଅନଲାଇନ ଫ୍ରଡର ଶିକାର ହେଉଛନ୍ତି ତେବେ ସେମାନେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ହେଲ୍ପଲାଇନ ନମ୍ବର ରେ ଅଭିଯୋଗ କରିପାରିବେ। ଏହାଛଡା ଭାରତ ସରକାର ମଧ୍ୟ ଲୋକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ଫ୍ରଡ୍ ବିଷୟରେ ସୂଚନା ଦେବା ପାଇଁ ଅନେକ ପ୍ଲାଟଫର୍ମ ତିଆରି କରିଛନ୍ତି।