ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ କେନ୍ଦ୍ର ସରକାରଙ୍କ ସବ୍ସିଡି ଭେଟି, ଏବେ ୬୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର
କେନ୍ଦ୍ର କ୍ୟାବିନେଟ୍ ବୁଧବାର ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ, ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ସବ୍ସିଡି ୨୦୦ ଟଙ୍କାରୁ ବଢ଼ାଇ ୩୦୦ ଟଙ୍କା କରି ଦିଆଯାଇଛି।
![modi](https://knewsodisha.com/wp-content/uploads/2023/10/modi-2.jpg)
କେନ୍ଦ୍ର କ୍ୟାବିନେଟ୍ ବୁଧବାର ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ, ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ସବ୍ସିଡି ୨୦୦ ଟଙ୍କାରୁ ବଢ଼ାଇ ୩୦୦ ଟଙ୍କା କରି ଦିଆଯାଇଛି। କ୍ୟାବିନେଟ୍ ରକ୍ଷା ବନ୍ଧନ ଏବଂ ଓଣମ୍ ଅବସରରେ ଏଲପିଜି ସିଲିଣ୍ଡରରେ ୨୦୦ ଟଙ୍କା କାଟ୍ ଘୋଷଣା କରିଥିଲା। ଆଜି ଉଜ୍ଜ୍ୱଳାର ହିତାଧିକାରୀଙ୍କ ପାଇଁ ସବ୍ସିଡି ୨୦୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ହୋଇଥିଲା। ରକ୍ଷା ବନ୍ଧନ ଏବଂ ଓଣମ୍ ଅବସରରେ ଆମେ ରୋଷେଇ ଗ୍ୟାସ୍ ସିଲିଣ୍ଡରରେ ୨୦୦ ଟଙ୍କା ହ୍ରାସ କରିଥିଲୁ। ଏହି ମୂଲ୍ୟ ୧୧୦୦ରୁ କମି ୯୦୦ ଟଙ୍କା ହୋଇଛି। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୭୦୦ ଟଙ୍କାରେ ଗ୍ୟାସ ମିଳୁଥିଲା। ଏବେ ହିତାଧିକାରୀମାନଙ୍କୁ ୩୦୦ ଟଙ୍କା ସବ୍ସିଡି ମିଳିବ। ଅର୍ଥାତ୍ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର ୬୦୦ ଟଙ୍କାରେ ମିଳିବ।
ସୂଚନାଥାଉ କି, ଦିଲ୍ଲୀରେ ଉଜ୍ଜ୍ୱଳା ଲାଭାର୍ଥୀ ବର୍ତ୍ତମାନ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ୭୦୩ ଟଙ୍କା ଦେଉଛନ୍ତି। ଯେତେବେଳେ କି, ଏହାର ବଜାର ମୂଲ୍ୟ ରହିଛି ୯୦୩ ଟଙ୍କା। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ହିତାଧିକାରୀମାନଙ୍କୁ ୬୦୩ ଟଙ୍କାରେ ସିଲିଣ୍ଡର ମିଳିବ।
VIDEO | “On the occasion of Raksha Bandhan, reduction of Rs 200 (on LPG prices) was announced, which led to LPG rates coming down to Rs 900 from Rs 1100. Today, a new announcement is being made in which the beneficiaries of Ujjwala Yojana will now get Rs 300 subsidy instead of Rs… pic.twitter.com/Izffkuoq9a
— Press Trust of India (@PTI_News) October 4, 2023