ଟ୍ରାଫିକର ଏହି ନିୟମ ଭାଙ୍ଗିଲେ ଭରିବେ ମୋଟା ଅଙ୍କର ଫାଇନ, ଜାଣନ୍ତୁ ଏହି ନିୟମ ସମ୍ପର୍କରେ..
ରାସ୍ତାରେ ଗାଡ଼ି ନେବା ସମୟରେ ଯାତାୟାତକୁ ନେଇ ଅନେକ ନିୟମ ପାଳନ କରିବାକୁ କୁହାଯାଇଥାଏ। ଯାତାୟାତ ନିୟମକୁ ପାଳନ ନକରିବା ଦ୍ୱାରା ଲୋକଙ୍କ ଚାଲାଣ କଟିଥାଏ । କେବଳ ଏତିକି ନୁହେଁ ବରଂ ଏହି ନିୟମକୁ ଅବମାନନା କରିବା ଦ୍ୱାରା ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥାଏ।
ସଡ଼କରେ ଯାତ୍ରା କରିବା ସମୟରେ ଅନେକ ରୁଲ୍ ରହିଛି ଯାହାକୁ ମାନିବାକୁ ପଡ଼ିଥାଏ। କିନ୍ତୁ କିଛି ଅମାନିଆ ଅଛନ୍ତି ଯେଉଁମାନେ ଏହାକୁ ପାଳନ କରନ୍ତି ନାହିଁ। ଏଥିପାଇଁ ସେମାନଙ୍କୁ ଦଣ୍ଡ ମିଳିଥାଏ। ଯାତାୟାତ ନିୟମକୁ ଭଙ୍ଗ କରୁଥିବା ଲୋକଙ୍କୁ ଜେଲ ଦଣ୍ଡ ମଧ୍ୟ ମିଳିଥାଏ। ଏମାନଙ୍କ ଭିତରୁ କିଛି ଲୋକ ଏମିତି ବି ଅଛନ୍ତି ଯେ ଯେଉଁମାନେ ଅଜାଣତରେ ଏହି ନିୟମକୁ ଉଲଂଘନ କରିଥାନ୍ତି ସେମାନେ ମଧ୍ୟ ଦଣ୍ଡ ଭୋଗିଥାନ୍ତି। ଆଜି ଆମେ ଏମିିତି ଏକ ନିୟମ ସମ୍ପର୍କରେ ରହିବୁ ଯାହା ସଡ଼କ ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନକୁ ଧ୍ୟାନରେ ରଖି ପ୍ରଣୟନ କରାଯାଇଛି।
ଏହି ଜରୁରୀ ନିୟମ କୁ ଉଂଲଘନ କରିବା ଦ୍ୱାରା ଶହେ କି ହଜାରେ ନୁହେଁ ବରଂ ୧୦ ହଜାର ଟଙ୍କାର ଫାଇନ ଭରିବାକୁ ହେବ। କଣ ଆପଣ ଏହି ନିୟମ ସମ୍ପର୍କରେ ଜାଣିଛନ୍ତି ? ଯଦି ଜାଣି ନାହାନ୍ତି ତେବେ ନିଶ୍ଚିତ ଭାବେ ଜାଣିନିଅନ୍ତୁ
ରାସ୍ତାରେ ଯିବାସମୟରେ ସବୁ ବେଳେ ଧ୍ୟାନ ରଖନ୍ତୁ ଯେ ଏମରଞ୍ଜେନ୍ସି ହ୍ଵିକିଲ କୁ ଯିବା ପାଇଁ ବାଟ ଛାଡନ୍ତୁ। ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଏହା ଜରୁରୀ ଥାଏ ଯେ ସେମାନେ ଏମରଞ୍ଜେନ୍ସି ଗାଡ଼ି କୁ ଦେଖିବା ମାତ୍ରେ ତାଙ୍କୁ ବାଟ ଛାଡ଼ିବା ନିହାତି ଜରୁରୀ। ଯଦି ସେ ଗାଡ଼ି ପଛରେ ଅଛି ତେବେ ତାକୁ ବାଟ ଦେବା ପାଇଁ ରାସ୍ତା କ୍ଲିୟର କରିବା ଉଚିତ। ଏମିିତି ନକରିବା ଦ୍ୱାରା ଆପଣଙ୍କ ଚାଲାଣ କଟିଯିବ। ଆଉ ପୁରା ୧୦ ହଜାର ଟଙ୍କାର ଜରିମାନା ଭରିବାକୁ ହେବ।
ଏମରଞ୍ଜେନ୍ସି ଗାଡ଼ି ଲିଷ୍ଟ ଯେମିତିକି ଫ୍ୟାୟର ବ୍ରିଗେଡ, ଆମ୍ବୁଲାନ୍ସ କୁ ରାସ୍ତା ଦେବା ଜରୁରୀ। ମୋଟର ବାହନ ସଂଶୋଧନ ଅଧିନିୟମ ୨୦୧୯ ମୁତାବିକ ଆପାତକାଳୀନ ମାନେ ଜରୁରୀକାଳୀନ ସ୍ଥିତିରେ ରାସ୍ତା ବା ବାଟ ନଛାଡିବା ଦ୍ୱାରା ମୋ ଟର ଚାଳକଙ୍କ ୧୦ ହଜାର ଟଙ୍କାର ଫାଇନ ଲାଗିବ। ଏହା ସଂଶୋଧିତ ଏମବି ଅଧିନିୟମ ଧାରା ୧୯୪ (ଇ) ଅନ୍ତର୍ଗତ ନିୟମରେ ଲାଗୁ ହେବ। ଏହା ସଡ଼କରେ ଯାଉଥିବା ଫ୍ୟାୟର ବ୍ରିଗେଡ, ଆମ୍ବୁଲାନ୍ସ କୁ ରାସ୍ତା ଦେବା ପାଇଁ ତିଆରି କରାଯାଇଛି।