Below header

ଧୂମପାନ ଉପରେ ରୋକ୍ ଲଗାଇବା ଉପରେ କଠୋର ପଦକ୍ଷପ ନେଲା ଏହି ଦେଶ

ଆମେରିକାର: ଆମେରିକାର ସେନ୍ ଫ୍ରାନ୍ସସିସ୍କୋ ସହରରେ ଧୂମପାନ ରୋକିବା ପାଇଁ କଠୋର ପଦକ୍ଷପ ଉଠାଯାଇଛି । ଏଠାରେ ଇ-ସିଗାରେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ସେନ୍ ଫ୍ରାନ୍ସସିସ୍କୋ ଆମେରିକାର ପ୍ରଥମ ସହର ଭାବେ ପରିଚିତ ହୋଇଛି ଯେଉଁଠାରେ ଇ-ସିଗାରେଟ୍ ବିକ୍ରି ଉପରେ ରୋକ୍ ଲଗାଯାଇଛି । ଏହି ରୋକ୍ ସେତେବେଳ ପର୍ଯ୍ୟନ୍ତ ଲାଗିଛି ଯେତେବେଳ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନଯାଇଛି କି, ଇ-ସିଗାରେଟ୍ ଦ୍ବାରା ସ୍ବାସ୍ଥ୍ୟ ପ୍ରତି କଣ ସବୁ ଖରାପ ପ୍ରଭାବ ପଡିଥାଏ । ଏହି ପଦକ୍ଷପ ପାଇଁ ମଙ୍ଗଳବାର ଦିନ ସେନ୍ ଫ୍ରାନ୍ସସିସ୍କୋରେ ଭୋଟିଙ୍ଗ୍ ହୋଇଥିଲା ।

snapଅଧିକାରୀମାନେ ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭୋଟ ଦେଇଥିଲେ । ଏଠାରେ ଏବେ ଅନଲାଇନରେ ମଧ୍ୟ ଇ-ସିଗାରେଟ୍ ଡେଲିଭରୀ ହୋଇପାରିବ ନାହିଁ । ଏହି ପଦକ୍ଷପର ସଫା ଅର୍ଥ ଯେ ସବୁଠାରୁ ବଡ ଇ-ସିଗାରେଟ୍ ବନାଉଥିବା କମ୍ପାନୀ ଜୁଅଲ ଲେବ୍ସକୁ ସେନ୍ ଫ୍ରାନ୍ସସିସ୍କୋ ରୁ ନିଜର ହେଡକ୍ବାଟର ହଟାଇବାକୁ ପଡିପାରେ । ସୂଚନା ମୁତାବକ ଏହି କମ୍ପାନୀ ଆମେରିକାରେ ଇ-ସିଗାରେଟ୍ ର ଉତ୍ପାଦନ କରିଥିବା ସବୁଠାରୁ ବଡ କମ୍ପାନୀ ଭାବେ ପରିଚିତ ।

e-cigaretteଇ-ସିଗାରେଟ୍ ବନାଉଥିବା ଏହି କମ୍ପାନୀ ଉକ୍ତ ପଦକ୍ଷପକୁ ବିରୋଧ କରିବା ସହ କହିଛି କି, ଏହି ପଦକ୍ଷପ ଦ୍ବାରା ଲୋକେ ସିଗାରେଟ୍ ଆଡକୁ ପୁଣି ମୁହାଁଇବେ ଏବଂ କଳାବଜାରୀ ବଢିବାରେ ଲାଗିବ । କିନ୍ତୁ ଏହା କୁହାଯାଉଛି କି ଏହି ନିଷ୍ପତ୍ତିକୁ ଇ-ସିଗାରେଟ୍ କମ୍ପାନୀ ଆଇନର ଦ୍ବାରସ୍ଥ ହୋଇ ଟକ୍କର ଦେଇପାରେ । ଏବେ ଇ-ସିଗାରେଟ୍ ବିକ୍ରି ରୋକିବା ଉପରେ ଆଇନ୍ ବ୍ୟବସ୍ଥା କରିବା ବାକି ଅଛି ।

e-cigarrateସେନ୍ ଫ୍ରାନ୍ସସିସ୍କୋର ମେୟର ଏଂଦନ ବ୍ରିଡଙ୍କ ପାଖରେ ଏହି ଆଇନ୍ ଉପରେ ହସ୍ତାକ୍ଷର କରିବା ପାଇଁ ୧୦ଦିନ ସମୟ ଅଛି । ଏହି ଆଇନ୍ ଉପରେ ହସ୍ତାକ୍ଷର କରିବା ପରେ ଏହାର ନିଷ୍ପତ୍ତି ସ୍ପଷ୍ଟ ହୋଇଯିବ । ଅପରପକ୍ଷେ ଜଣାପଡିଛି କି, ଇ-ସିଗାରେଟ୍ ବନାଉଥିବା କମ୍ପାନୀ ଏହାର ବିରୋଧ କରିବେ ଏବଂ ଏହି ନିଷ୍ପତ୍ତିକୁ କଡାକଡି ଟକ୍କର ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.