ପାଟକୁରା: ବିଧାନସଭା ଆସନ ପାଇଁ ବିଜେଡିର କର୍ମୀ ସମ୍ମିଳନୀ

ପାଟକୁରା(କେନ୍ୟୁଜ୍): ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନି । କିନ୍ତୁ ବିଜେଡିର ତୁହାକୁ ତୁହା କର୍ମୀ ସମ୍ମିଳନୀ ଏବେ ଚର୍ଚ୍ଚା ଧରିଛି । ଜମପ଼ଡା ପଞ୍ଚାୟତର ଜମପଡ଼ା ଓ ମହେନ୍ଦିନଗର ଠାରେ ବିଜେଡିର କର୍ମୀ ସମ୍ମିଳନୀ ହୋଇଛି । ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ବିଧାୟକ ଅନନ୍ତ ଜେନା, ପାଟକୁରା ଆସନର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ମାର୍ଶାଘାଇ ବ୍ଲକ ବିଜେଡି ସଭାପତି ସଂଜୟ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ସମାବେଶରେ ଯୋଗ ଦେଇଥିଲେ ହଜାର ହଜାର ମହିଳା ଓ ଦଳୀୟ କର୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.