Below header

ଆରବିଆଇ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ, ଏଣିକି ସମସ୍ତ କଏନ୍ ବୈଧ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗତ ବୁଧବାର ଦିନ ଲୋକମାନଙ୍କର ଆଶଙ୍କାକୁ ଦୂର କରିବା ପାଇଁ ସମସ୍ତ ମୁଦ୍ରା ବୈଧ ଅଟେ ଏବଂ ବିଭିନ୍ନ ସ୍ବରୂପରେ ଜାରି କରାଯାଇଥଇବା ମୁଦ୍ରା ସ୍ବିକାର କରିବା ପାଇଁ କୁହାଯାଇଛି। ଆରବିଆଇ କହିବା ଅନୁଯାୟୀ ବିଭିନ୍ନ ସମୟରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ମହତ୍ବ ଉପରେ ଭିନ୍ନ ଭିନ୍ନ ପ୍ରକାରର ମୁଦ୍ରା ଜାରି କରାଯାଇଥାଏ। ଏଥିସହ ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ଏହି ମୁଦ୍ରା ଜାରି କରାଯାଇଥାଏ। ମୁଦ୍ରା ଦୀର୍ଘ ସମୟ ଧରି ଏବଂ ବିଭିନ୍ନ ଆକାରର ପ୍ରଚଳନ ହୋଇଥାଏ। ରିପୋର୍ଟ ଅନୁଯାୟୀ ଏହି ମୁଦ୍ରା ବୈଧ ହେବା ପରେ ମଧ୍ୟ ଅନେକ ଲୋକମାନେ ଏହାକୁ ନେବା ପାଇଁ ମନା କରୁଛନ୍ତି। କିନ୍ତୁ ଏହା ଭୁଲ ଅଟେ। ସମସ୍ତ ପ୍ରକାରର ମୁଦ୍ରା ବୈଧ ଅଟେ। ଲୋକମାନେ ଏହି କଥାରେ ଧ୍ୟାନ ନଦେଇ ସମସ୍ତ ମୁଦ୍ରା ବ୍ୟବହାର କରନ୍ତୁ। ବର୍ତ୍ତମାନ ସମୟରେ ଦେଶରେ ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଏବଂ ୧୦ ଟଙ୍କା ମୁଦ୍ରା ପ୍ରଚଳନ ହେଉଛି। ଏହାବ୍ୟତୀତ ଅନ୍ୟାନ୍ୟ ବ୍ୟାଙ୍କରେ ମୁଦ୍ରା ଜମା କରିବା ବା ବଦଳାଇବା ପାଇଁ ଆସୁଥିବା ଲୋକମାନଙ୍କୁ ମନା ନ କରିବା ପାଇଁ ଆରବିଆଇ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.