କାର ଭଳି ଦେଖାଯାଉଥିବା ଇଲେକଟ୍ରିକ୍‌ ବାଇକ୍‌ ‘କୁବୋ’ ଭାରତରେ ହେବ ଲଞ୍ଚ, ମୂଲ୍ୟ ମାତ୍ର …

ନୂଆଦିଲ୍ଲୀଆମେରିକୀୟ କମ୍ପାନୀ ଲିଟ ମୋଟର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଇଲେକଟ୍ରିକ୍‌ ସ୍କୁଟର ‘କୁବୋ’ ଖୁବ ଶୀଘ୍ର ଭାରତରେ ହେବାକୁ ଯାଉଛି ଲଞ୍ଚ। ଏହି ସ୍କୁଟର ଦେଖିବାକୁ ଏକ ମିନି କାର ସଦୃଶ। ତେବେ ଏହାକୁ ସାଧାରଣ ମଧ୍ୟବୀତ ପରିବାରର ପକେଟକୁ ନଜରେ ରଖି ପ୍ରସ୍ତୁତ କରାଯାଇଛି। କାରଣ ଏହି ଦମଦାର ବାଇକର ମୂଲ୍ୟ ରଖାଯାଇଛି ୧ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପାଖାପାଖି ୭୦ହଜାର ଟଙ୍କା। ତେବେ ଆସନ୍ତୁ ନଜର ପକାଇବା କଣ ରହିଛି ଏହି ଇଲେକଟ୍ରିକ୍‌ ବାଇକର ଫିଚର।

kubo

ଏହି କାର ସଦୃଶ ଦେଖାଯାଉଥିବା ବାଇକ ଦୁଇ ଚକ ବିଶିଷ୍ଟ। ଏହାର ସୁରକ୍ଷା ଫିଚରକୁ ଅଧିକ ଧ୍ୟାନରେ ରଖି ଏହାକୁ ଏପରି ପ୍ରସ୍ତୁତ କରାଯାଇଛି ଯେପରି ଏହା ସହଜରେ ତଳେ ପଡିବ ନାହିଁ। ଏଥିରେ ଆପଣଙ୍କ ଜିନିଷ ରଖିବା ପାଇଁ ମଧ୍ୟ ଯଥେଷ୍ଟ ସ୍ଥାନ ରହିଛି। ଏଥିରେ ୩ହଜାର ଓ୍ଵାଟର ବ୍ୟାଟେରୀ ଖଞ୍ଜା ଯାଇଛି ଯାହା ଗାଡିକୁ ସୁପର ପାଓ୍ଵାର ପ୍ରଦାନ କରିଥାଏ। ଏହା ୭୦କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଚାଲିପାରିବ।

kubo 1

ବାଇକରେ ଲାଗିଥିବା ଦମଦାର ଲିଥିୟମ ବ୍ୟାଟେରୀ ୩ଘଣ୍ଟା ଚାର୍ଜରେ ୩୦୦ କଲୋମିଟର ଯାତ୍ରା କରାଇଥାଏ। ଏଥିରେ ଖର୍ଚ୍ଚ ହୋଇଥିବା ବିଜୁଳୀ ପାଖାପାଖି ୨୫ପଇସା ପ୍ରତି କିଲୋମିଟର ରହିଛି। ଏହା ଦେଖିବାକୁ କାର ଭଳି ହୋଇଥିଲେ ମଧ୍ୟ ଏହାର ଫିଚର ଏକ ସ୍କୁଟର ଭଳି ରହିଛି। ତେବେ ସୂଚନଅନୁଯାୟୀ ଏହି ସୁପର ଇଲେକଟ୍ରିକ ସ୍କୁଟର ଚଳିତବର୍ଷ ଭାରତରେ ଲଞ୍ଚ କରାଯିବାର ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.