Below header

ଡାକ୍ତରଖାନାରେ ଭର୍ତ୍ତି ହେଲେ ସଲମାନଙ୍କ ଅଭିନେତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ମୁମ୍ବାଇ : ବଲିଉଡ ସୁଲତାନଙ୍କ ସହ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ସ୍ନେହା ଉଲାଲ ଏବେ ଡାକ୍ତରଖାନାରେ । ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ ହେବାପରେ ତାଙ୍କ ବିଷୟରେ ବେଶ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ ତାଙ୍କୁ ତୀବ୍ର ଜ୍ୱର ହୋଇଥିବାରୁ କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ନେହା ଦୁଇଟି ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ଡାକ୍ତରଖାନା ଖଟରେ ଶୋଇଥିବା ଦେଖାଯାଇଥିଲା। ଏହି ଫଟୋର କ୍ୟାପସନରେ ସ୍ନେହା ଲେଖିଥିଲେ, “ମତେ ତୀବ୍ର ଜ୍ୱର ହୋଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି। ଏହା ଖୁବ ଭୟାନକ କିନ୍ତୁ ଚିନ୍ତାର କିଛି ବିଷୟ ନାହିଁ ମୁଁ ଖୁବ ଶୀଘ୍ର ସୁସ୍ଥ ହୋଇଯିବ। ମୁଁ ଘରକୁ ଯିବାପାଇଁ ଅପେକ୍ଷା କରିଛି”।

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ସ୍ନେହା ତାଙ୍କ କ୍ୟାରିୟର ଆରମ୍ଭ ବଲିଉଡର ସୁଲତାନ ସଲମାନ ଖାନଙ୍କ ଲକି ଫିଲ୍ମରୁ କରିଥିଲେ। ଏହାପରେ ତାଙ୍କର ଦୁଇଟି ଫିଲ୍ମ ଆସିଥିଲା କିଛି ତାହା ବକ୍ସଅଫିସରେ ଫ୍ଳପ୍‌ ସାବ୍ୟସ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.