ଓଡ଼ିଶାର ଚାଷୀମାନଙ୍କ ପାଇଁ ଖୁସି ଖବର, ଚଳିତବର୍ଷ ହୋଇପାରେ ୯୬ରୁ ୧୦୦ ପ୍ରତିଶତ ବର୍ଷା

କେନ୍ୟୁଜ୍ : ଓଡ଼ିଶାର ଚାଷୀମାନଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ହୋଇପାରେ ୯୬ରୁ ୧୦୦ ପ୍ରତିଶତ ବର୍ଷା । ସେହିପରି ମୌସୁମୀ ଆସିବାକୁ ୨ରୁ ୪ ଦିନ ବିଳମ୍ବ ହୋଇପାରେ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ ସହ ଉପକୂଳ ଓଡ଼ିଶାରେ କାଳବୈଶାଖୀ ଜାରି ରହିବ । ଆଗାମୀ ୧୦ ଦିନ ମଧ୍ୟରେ ବାତ୍ୟାର କୌଣସି ସମ୍ଭାବନା ନାହିଁ । ମୌସୁମୀ ଆସିବା ପରେ ବାତ୍ୟାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.