Below header

ସାଓମୀ ରେଡମୀ ବ୍ୟବହାରକାରୀଙ୍କୁ ବଡ଼ ଝଟକା, ଆଉ ଏହି ମୋବାଇଲ ଗୁଡିକରେ ମିଳିବନି କୌଣସି ଲାଟେଷ୍ଟ ଅପଡେଟ

ନୂଆଦିଲ୍ଲୀ : ଚାଇନା ସ୍ମାର୍ଟଫୋନ କମ୍ପାନୀ ସାଓମୀ ବ୍ୟବହାରକାରୀଙ୍କ ପାଇଁ ଆସିଛି ଖରାପ ଖବର । ସୂଚନା ଅନୁଯାୟୀ ସାଓମୀ ରେଡମୀ ସିରିଜର କିଛି ସ୍ମାର୍ଟଫୋନରେ ଆଉ MIUIର ଲାଟେଷ୍ଟ ଅପଡେଟସନ୍‌ ମିଳିବ ନାହିଁ । ତେବେ ଏହି ସ୍ମାର୍ଟଫୋନ ଗୁଡିକରେ MIUI 10 ପର୍ଯ୍ୟନ୍ତ ଅପଡେସନ୍‌ ମିଳିବ କିନ୍ତୁ ଏହା ଆଗକୁ କୌଣସି ଅପଡେଟ ମିଳିବ ନାହିଁ। ଏହି କାରଣ ବଶତଃ ଗ୍ରାହକଙ୍କୁ କୌଣସି ଲାଟେଷ୍ଟ ସିକ୍ୟୁରିଟି ଫିଚର ଏବଂ ଅଣ୍ଡ୍ରୋଏଡ ଅପଡେଟ ମଧ୍ୟ ମିଳିବ ନାହିଁ । ଆସନ୍ତୁ ଜାଣିବା ସେହି ସ୍ମାର୍ଟଫୋନ ଗୁଡିକର ନାମ।

ସାଓମୀ ରେଡମୀ ନୋଟ ୩, ସାଓମୀ ରେଡମୀ ନୋଟ ୪, ସାଓମୀ ରେଡମୀ ୬ଏ ଆଦି ସ୍ମାର୍ଟଫୋନ ଗୁଡିକରେ ଆଉ କୌଣସି ନୂତନ ଅପଡେଟସନ୍‌ ମିଳିବ ନାହିଁ। ଏହି ସ୍ମାର୍ଟଫୋନ ବ୍ୟତୀତ Xiaomi Redmi 6, Xiaomi Redmi 3S, Xiaomi Redmi 3X, Xiaomi Redmi Pro, Xiaomi Redmi 4A, Xiaomi Redmi 4 ଏବଂ Xiaomi Redmi Y2 ରେ ମଧ୍ୟ MIUI ର କୌଣସି ଅପଡେସନ୍‌ ମିଳିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.