Below header

ପେଟ୍ରୋଲରେ ୧୦ ଟଙ୍କା ଓ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ବୃଦ୍ଧି, ଆଜିଠୁ ହେବ ଲାଗୁ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ବଢ଼ିଲା ଏକ୍ସସାଇଜ ଡ୍ୟୁଟି । ପେଟ୍ରୋଲ ୧୦ ଟଙ୍କା ଓ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ବୃଦ୍ଧି କରାଯାଇଛି । ଏହାର ପ୍ରଭାବ ଖୁଚୁରା ଦର ଉପରେ ପଡିବ ନାହିଁ । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ । ଆଜିଠୁ ଏହି ନୂଆ ନିର୍ଦ୍ଧାରିତ ଏକ୍ସସାଇଜ ଡ୍ୟୁଟି ଲାଗୁ ହେବ । ଏହି ବର୍ଦ୍ଧିତ ଏକ୍ସସାଇଜ ଡ୍ୟୁଟିରୁ ଆସିବାକୁ ଥିବା ଟଙ୍କା ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ବିକାଶମୂଳକ କାମରେ ଲାଗିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.