ଦେଶରେ ୪୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇସାରିଲାଣି ମାରାତ୍ମକ ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ଲାଗୁନି କରୋନା ବ୍ରେକ୍‌ । ୪୯ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ଏବେ ବି ୩୩ ହଜାର ୫୧୪ ଟି ଆକ୍ଟିଭ କେସ୍‌ ରହିଛି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି । ପଜିଟିଭଙ୍କ ସଂଖ୍ୟା ୧୫ ହଜାର ୫୨୫ରେ ପହଞ୍ଚିଛି । ୫୮୩ ଜଣଙ୍କ ଜୀବନ ଗଲାଣି । ସେହିପରି ଗୁଜରାଟରେ ୩୧୯, ମଧ୍ୟପ୍ରଦେଶରେ ୧୬୫, ପଶ୍ଚିମବଙ୍ଗରେ ୧୩୩ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ସେହିପରି ରାଜସ୍ଥାନରେ ୭୭, ଦିଲ୍ଲୀରେ ୬୪, ଆନ୍ଧ୍ରପ୍ରଦେଶରେ ୩୬, ତାମିଲନାଡୁରେ ୩୧, କର୍ଣ୍ଣାଟକରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.