Below header

ଫ୍ଲିପକାର୍ଟର ବଡ ଧମାକା, ଚୋରୀ ହେଲେ କିମ୍ବା ଭାଙ୍ଗିଲେ ମିଳିବ ପୂରା ଟଙ୍କା

ଫ୍ଲିପକାର୍ଟରେ ୧୦ ଅକ୍ଟୋବରରୁ ବିଗ ବିଲିୟନ ଡେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଫ୍ଲିପକାର୍ଟ ଇନସୁରାନ୍ସର ଘୋଷଣା କରିଛି। ଫ୍ଲିପକାର୍ଟ ବାଜାଜ ଆଲିଆଞ୍ଜ ଜେନେରାଲ ଇନସୁରାନ୍ସ ସହିତ ଚୁକ୍ତି କରିଛି। ଏହି କାରଣରୁ ଫ୍ଲିପକାର୍ଟରେ ବିକ୍ରୀ ହେବାକୁ ଥିବା ସ୍ମାର୍ଟଫୋନ ସହିତ କମ୍ପାନୀ ବୀମାର ସୁବିଧା ଦେବ।

ଫ୍ଲିପକାର୍ଟରେ ମୋବାଇଲ ପ୍ରୋଟେକସନ (Insurance) ପ୍ରୋଗ୍ରାମ କିଣାଯାଇଥିବା ମୋବାଇଲ ଚୋରୀ ଠାରୁ ଆମ୍ଭ କରି ସ୍କ୍ରୀନ ଭାଙ୍ଗିବା ପର୍ଯ୍ଯନ୍ତ ଇନସୁରାନ୍ସ ମିଳିବ। ଏହି ସୁବିଧା ଗ୍ରାହକଙ୍କ ପାଇଁ କୌଣସି ଉପହାର ଠାରୁ କମ୍ ନୁହେଁ। ଫ୍ଲିପକାର୍ଟର ସିନିୟର ଭାଇସ ପ୍ରେସିଡେଣ୍ଟ ଏହାର ସୂଚନା ଦେଇ କହିଛନ୍ତି ଯେ ଇନସୁରାନ୍ସରେ ଜଡିତ ସମସ୍ତ ସୂଚନା ଫ୍ଲିପକାର୍ଟରେ ଅନଲାଇନ ଉପଲବ୍ଧ ହେବ।

Flipkart insurance

ଫୋନ ସହିତ ମିଳୁଥିବା ଇନସୁରାନ୍ସର ବୈଧତା ୧ ବର୍ଷ ରହିଛି। ଫୋନ କିଣିବା ସମୟରେ ୯୯ ଟଙ୍କା ଆରମ୍ଭ ମୂଲ୍ୟରେ ଇନସୁରାନ୍ସ ନିଆଯାଇପାରେ। ଫୋନ କିଣିବା ପରେ କମ୍ପାନୀକୁ ଜରୁରୀ ସୂଚନା ଦେବାକୁ ହେବ ଏବଂ ଏହା ପରେ ଡେଲୀଭେରୀ ଡେଟରେ ପଲିସି ଆକ୍ଟିଭିଟି ହୋଇଯିବ।

ଏହା ସହ ପଢ଼ନ୍ତୁ :  ଗ୍ରାହକଙ୍କ ପାଇଁ ଖରାପ ଖବର , ଦର୍ଶକ ଆଉ ଦେଖିପାରିବେନି ଏହି ୨୭ଟି ବଡ଼ ଚ୍ଯାନେଲ୍

ମୋବାଇଲ ବୀମା ପାଇଁ ଯୁକ୍ତି କରିବାକୁ ହେଲେ ଫ୍ଲିପକାର୍ଟ ମୋବାଇଲ ଆପ୍, ଫୋନ କିମ୍ବା ଇ-ମେଲ ଜରିଆରେ ସମ୍ପର୍କ କରିବାକୁ ହେବ। ଏହୋ ପରେ ଫୋନକୁ ରିପାୟାର କରାଯାଇପାରିବ କିମ୍ବା ପଇସା ନିଆଯାଇପାରିବ। ବିମାର ଟଙ୍କା ଫ୍ଲିପକାର୍ଟରେ ରେଜିଷ୍ଟର ବ୍ୟାଙ୍କ ଆକାଉଣ୍ଟରେ ମିଳିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ୧୦ ଅକ୍ଟୋବରରେ ବିଗ ବିଲିୟନ ଡେ ଆରମ୍ଭ ହେବାକୁ ଯାଉଛି। ଏହି ସେଲରେ ମୋବାଇଲ ଫୋନ ଉପରେ ୬୩% ପର୍ଯ୍ଯନ୍ତ ରିହାତି ମିଳିବ। ଏହା ଛଡା ଟିଭି ଏବଂ ଅନ୍ୟ ଇଲେକଟ୍ରୋନିକ୍ସ ଜିନିଷ ଉପରେ ମଧ୍ୟ ରିହାତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.