ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ସତ୍ୟବାଦୀ(କେନ୍ଯୁଜ୍) : ପୁରୀ ଜିଲ୍ଲା ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ଟି ଜିଲ୍ଲାରୁ ମାଟି ଅଣାଯାଇ ବକୁଳବନରେ ପକାଯାଇଛି। ପଞ୍ଚସଖା ପୀଠରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ଏକ ସାଧାରଣ ସଭାରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସତ୍ୟବାଦୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୯୦୯ରେ ପଞ୍ଚଶଖା ଗଢିଥିଲେ ବକୁଳ ବନବିଦ୍ୟାଳୟ। ଆଉ ୧୦୯ ବର୍ଷ ପରେ ସେହି ସ୍ଥାନରେ ହେବାକୁ ଯାଉଛି ଓଡିଆ ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହ ଉଚ୍ଚତର ଗବେଷଣା ପାଇଁ କାମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.