Below header

ମାଡି ଆସୁଛି ବାତ୍ୟା ତିତ୍‌ଲି, ଘଣ୍ଟା ପ୍ରତି ୧୦ କିମି ବେଗରେ ଓଡ଼ିଶା-ଆନ୍ଧ୍ର ମୁହାଁ

ଭୁବନେଶ୍ବର(କେନ୍ଯୁଜ୍) : ଆସୁଛି ବାତ୍ୟା ତିତ୍‌ଲି । ଆଜି ରାତିରେ ଏହା ବାତ୍ୟାର ରୂପ ନେଇପାରେ । ଏହା ଏବେ ଗୋପାଳପୁରଠାରୁ ୫୬୦ କିଲୋମିଟର ଦୂର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ଏହା ଡିପ-ଡିପ୍ରସେନର ରୂପ ନେଇଛି । ଘଣ୍ଟା ପ୍ରତି ୧୦ କିମି ବେଗରେ ଓଡ଼ିଶା-ଆନ୍ଧ୍ର ମୁହାଁ ହେଉଛି ।

odisha

୧୧ ତାରିଖ ସକାଳ ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବ। ପ୍ରଭାବରେ ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ,ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷିବ। ଆସନ୍ତାକାଲିଠୁ ଶୁକ୍ରବାର ପର୍ଯ୍ଯନ୍ତ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂପୁର ଓ କେନ୍ଦ୍ରପଡାରେ ପ୍ରବଳ ବର୍ଷା ନେଇ ସତର୍କ ଜାରି କରାଯାଇଛି ।

odisha 2 ସେହିପରି ୧୧ରୁ ୧୨ ତାରିଖ ଯାଏ ୧୪ ଜିଲ୍ଲାକୁ ସତର୍କତା । ଏହି ଜଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର । ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.