ସଂସ୍କାରୀ ବାପର ପାପ, ଲୋକପ୍ରିୟ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ

ମୁମ୍ବାଇ : ବଲିଉଡ୍ ଅଭିନେତା ନାନା ପାଟେକର ଓ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କଠାରୁ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ଏବେ ସଂସ୍କାରୀ ଅଭିନେତା ଆଲୋକ ନାଥଙ୍କ ପାଖରେ ପହଞ୍ଚିଛି । ଆଲୋକ ନାଥଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ମହିଳା ପ୍ରଡ୍ୟୁସର ତଥା ଲେଖକ ବିଣ୍ଟା ନନ୍ଦା ଆଲୋକ ନାଥଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୂରା ମାମଲାର ଖୁଲାସା କରିଛନ୍ତି । ୧୯୯୪ ମସିହାରେ ପ୍ରସିଦ୍ଧ ଶୋ’ ‘ତାରା’ରେ କାମ କରୁଥିବା ସମୟରେ ଏଭଳି ଏକ ଘଟଣା ଘଟିଥିବା ଫେସ୍‌ବୁକ୍‌ରେ ଲେଖିଛନ୍ତି ସେ ।

film ବିଣ୍ଟା କହିଛନ୍ତି, ତାଙ୍କ ପତ୍ନୀ ମୋର ଜଣେ ଭଲ ସାଙ୍ଗ । ଆମେ ଦୁଇ ଜଣ ପରସ୍ପରଙ୍କ ଘରକୁ ଯିବା ଆସିବା କରୁ । ଗୋଟିଏ ଦିନ ତାଙ୍କ ଘରେ ପାର୍ଟି ଥିଲା । ପାର୍ଟିରେ ଆମେ ସମସ୍ତେ ମଦ ପିଇଥିଲୁ । ପାର୍ଟି ସରିବା ପରେ ସମସ୍ତେ ନିଜ ନିଜ ଘରକୁ ଯାଇଥିଲେ । ମୁଁ ଚାଲି ଚାଲି ଯାଉଥିବା ସମୟରେ, ସେ କାର ନେଇ ମୋ ପାଖକୁ ଆସିଲେ । ମୋତେ ଗାଡ଼ିରେ ବସିବା ପାଇଁ କହିଲେ । ମୁଁ ତାଙ୍କ ଉପରେ ଭରସା କରି ଗାଡ଼ିରେ ବସିଲି । ସେତେବେଳେ ମୋତେ କିଛି ବୁଝା ପଡ଼ୁନଥିଲା । ମୋତେ ସବୁ ଜାଲି ଜାଲି ଦେଖାଯାଉଥିଲା। ଏହା ପରେ ମୋ ସହିତ ଦୁଷ୍କର୍ମ ହୋଇଥିଲା । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତା ଆଲୋକ ନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.