Below header

Flipkart ରେ ଆରମ୍ଭ ହେଲା Big Shopping Days, ଲୋକପ୍ରିୟ ସ୍ମାର୍ଟଫୋନରେ ମିଳୁଛି ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି

ଫ୍ଲିପକାର୍ଟରେ ଆରମ୍ଭ ହୋଇସାରିଛି Big Shopping Days । ୧୫ ତାରିଖ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ଚାଲିବ ୧୯ ତାରିଖ ଯାଏ । ଏହି ମେଗା ସେଲରେ ବିଭିନ୍ନ ପ୍ରଡକ୍ଟ ଉପରେ ମିଳୁଛି ଦମଦାର ଅଫର୍ । ଏପରିକି କିଛି ସ୍ମାର୍ଟଫୋନରେ ଫ୍ଲାଟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି ରିହାତି ।

Redmi Note 5 Pro :
ଫୋନ୍ ଟି ଯଦିଓ ପୁରୁଣା ହୋଇସାରିଲାଣି , କିନ୍ତୁ ସାଓମୀର ଏହି ସ୍ମାର୍ଟଫୋନଟି ଖୁବ୍ ଭଲ । ୬୪ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଥିବା ଏହି ଫୋନ୍ ଫ୍ଲିପକାର୍ଟରେ ରିହାତି ପରେ ମାତ୍ର ୧୧,୯୯୯ ଟଙ୍କାରେ ମିଳୁଛି ।

Mi A2  :
ଯଦି ଆପଣ ଗୁଗଲ ପିକ୍ସେଲ ଭଳି ଦାମୀ ଫୋନ୍ କିଣି ପାରିବେନି ତେବେ Mi A2 ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ । କାରଣ ଏହାର ମୂଲ୍ୟ ଏବେ ଏହି ସେଲରେ କମ୍ ହୋଇଯାଇଛି । ଏହାକୁ ଆପଣ କିଣିପାରିବେ ମାତ୍ର ୧୧,୪୯୦ ଟଙ୍କାରେ ।

Realme 2 Pro :
ସେହିପରି ରିୟଲମି ୨ ପ୍ରୋ ପ୍ରକୃତ ମୂଲ୍ୟ ୧୪୯୯୦ ଥିବା ବେଳେ ଏହାକୁ ମାତ୍ର ୧୦,୯୯୦ ରେ କିଣି ପାରିବେ ।

Oppo K1 :
ଏହା ବୋଧେ ସବୁଠାରୁ ଶସ୍ତା ଅଣ୍ଡର ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର୍ ବାଲା ଫୋନ୍ । ଫ୍ଳିପକାର୍ଟର ଏହି ମେଗା ସେଲରେ ଓପୋ କେ ୧କୁ କିଣିପାରିବେ ମାତ୍ର ୧୪,୪୯୦ ଟଙ୍କାରେ ।

ସେହିପରି ନୋକିଆ ୫.୧ ପ୍ଲସ୍ ରେ ମିଳୁଛି ୫୨୦୦ ଟଙ୍କାର ରିହାତି । ଏହା ସହ Asus Max Pro M2 ରେ ମିଳୁଛି ୪୦୦୦ଟଙ୍କାର ରିହାତି । Vivo Y81 ରେ ୬୦୦୦ ଟଙ୍କାର ରିହାତି ମିଳୁଛି ।

ଏହା ବ୍ୟତୀତ ଏଚଡିଏଫସି କାର୍ଡରେ ଅତିରିକ୍ତ ୧୦ % ରିହାତି ମଧ୍ୟ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.