Below header

ହୋମ୍‌ଓ୍ଵାର୍କ କରି ନଥିବା ଛାତ୍ରୀକୁ ୧୬୮ ଚାପୁଡ଼ା, ପାଞ୍ଚ ମାସ ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ

ନୂଆଦିଲ୍ଲୀ : ନିଜେ ମାରିଲେନି । ପିଲାଙ୍କ ଦ୍ୱାରା ମାଡ଼ ମରାଇଲେ ଶିକ୍ଷକ । ମଧ୍ୟପ୍ରଦେଶର ହାବୁଆରେ ଏଭଳି କରି ଜଣେ ସ୍କୁଲ ଶିକ୍ଷକ ଗିରଫ ହୋଇ ଜେଲ ଯାଇଛନ୍ତି । ଏହି ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଅଛି କି, ସେ କ୍ଳାସ୍‌ରେ ଜଣେ ଛାତ୍ରୀକୁ ତାର ସହପାଠୀମାନଙ୍କ ଦ୍ବାରା ୧୬୮ଟି ଚାପୁଡା ମରାଇଥିଲେ । ଛାତ୍ରୀର ଦୋଷ ଏଇଆ ଥିଲ କି ସେ ହୋମୱାର୍କ ସମ୍ପୂର୍ଣ୍ଣ କରିନଥିଲା । ତେଣୁ ପୂରା ଶ୍ରେଣୀ ପିଲାଙ୍କ ଆଗରେ ଅନ୍ୟ ପିଲାମାନେ ଛାତ୍ରୀ ଜଣକୁ ଚାପୁଡ଼ା ମାରି ଚାଲିଥିଲେ । ଅଭିଯୋଗ ହୋଇଥିଲା ଗତ ଜାନୁଆରୀ ମାସରେ । ଆଉ ପାଞ୍ଚ ମାସ ପରେ ପୋଲିସ୍‌ ପଦକ୍ଷପ ଗ୍ରହଣ କରିଛି ।

slap

ଏହି ଘଟଣା ଘଟିଛି ହାବୁଆର ଏକ ସରକାରୀ ବିଦ୍ୟାଳୟରେ । ଥଣ୍ଡଲା ଟାଉନ୍‌ରେ ଥିବା ଏହି ନବୋଦୟ ବିଦ୍ୟାଳୟର ଛାତ୍ରୀ ଜଣଙ୍କ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କ ବାପାଙ୍କ କହିବା ଅନୁଯାୟୀ, ଝିଅ ଜାନୁଆରୀ ୧୧ ତାରିଖରେ ସ୍କୁଲକୁ ହୋମୱାର୍କ କରି ଯାଇନଥିଲା । ଯାହାଫଳରେ ସ୍କୁଲର ବିଜ୍ଞାନ ଶିକ୍ଷକ ମନୋଜ କୁମାର ବର୍ମା କ୍ଳାସରେ ଥିବା ଅନ୍ୟ ୧୪ ଜଣ ଛାତ୍ରଙ୍କ ଦ୍ବାରା ତାଙ୍କ ଝିଅକୁ ପ୍ରତିଦିନ ଦୁଇ ଥର ଲେଖାଏଁ ଚାପୁଡା ମରାଉଥିଲା । ଏହି ଘଟଣା ଦୀର୍ଘ ୬ଦିନ ପର୍ଯ୍ୟନ୍ତ ଜାରି ରହିଥିଲା ।

arrestedଯେତେବେଳେ ଝିଅର ବାପା ଶିବ ପ୍ରତାପ ସିଂହ ଘଟଣା ସମ୍ପର୍କରେ ଜାଣିଲେ ସେତେବେଳେ ସେ ତୁରନ୍ତ ଥାନାକୁ ଗଲେ । ଜାନୁଆରୀ ୨୨ରେ ଏନେଇ ମାମଲା ରୁଜୁ କରିଥିଲେ । ପିଲାଟିର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ମାମଲା ରୁଜୁ ହେବା ପରେ ସଂପୃକ୍ତ ଶିକ୍ଷକ ଜଣକ ଫେରାର ହୋଇ ଯାଇଥିଲେ । ପୋଲିସ୍ ଏହି ମାମଲାର ତଦନ୍ତ କରିବା ପରେ ଘଟଣାର ପ୍ରମାଣ ପାଇଥିଲା । ତେଣୁ ଅଭିଯୁକ୍ତ ଶିକ୍ଷକଙ୍କୁ ଖୋଜିବାରେ ଲାଗିପଡିଥିଲା ।

NAVODAY SCHOOL-1

ମଙ୍ଗଳବାର ଦିନ ଶିକ୍ଷକ ମନୋଜ ବର୍ମାଙ୍କୁ ଗିରଫ କରିବାରେ ପୋଲିସ୍‌ ସଫଳ ହୋଇଛି । ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି । ଝିଅର ବାପା କହିଛନ୍ତି ଯେ ଘଟଣା ଘଟିବା ପୂର୍ବରୁ ତାଙ୍କ ଝିଅ ଅସୁସ୍ଥ ଥିଲା ଏବଂ ଏ ସମ୍ପର୍କରେ ସ୍କୁଲକୁ ମଧ୍ୟ ଜଣାଇ ଦିଆଯାଇଥିଲା । ତଥାପି ଶିକ୍ଷକ ଜଣକ ଜାଣିଶୁଣି ଏଭଳି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲେ । ଫଳରେ ଝିଅକୁ ମାନସିକ ଭାବେ ଖୁବ୍‌ ଆଘାତ ଲାଗିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.