କାହିଁକି କାଳିଆ ଆସେ ବଡ଼ଦାଣ୍ଡକୁ

ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ । ଭକ୍ତ ସାଲବେଗଙ୍କ ଏଇ କେଇ ପଦ ଗୀତରେ ତାଙ୍କୁ ଜାଣିହୁଏ । ସିଏ ଭାବର ଠାକୁର । ସିଏ ଭକ୍ତର ଈଶ୍ୱର । କୁହାଯାଏ ତାଙ୍କୁ ଯିଏ ଆରାଧନା କରେ ସେ ତା ପାଖକୁ ଚାଲି ଆସନ୍ତି । ସେଇଥି ଲାଗି ତ ସେ ଜଗତର ନାଥ ଜଗନ୍ନାଥ । ଆସୁଛି ତାଙ୍କର ଘୋଷ ଯାତ୍ରା । ସବୁ ଭକ୍ତଙ୍କ ପାଇଁ ଉତ୍କଣ୍ଠାର ଦିନ । ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ରରେ ତାଙ୍କର ଏହି ନବଦିନାତ୍ମକ ଯାତ୍ରା ସମ୍ପର୍କରେ ।

RATHA JATRA-1
ଏଇ କଳା ସାଆନ୍ତ ଯେମିତି ଯୁଗ ଯୁଗର ଠାକୁର ଠିକ୍‌ ସେମିତି ତାଙ୍କର ଏହି ରଥଯାତ୍ରା ଖୁବ୍‌ ପୁରାତନ । ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ସ୍କନ୍ଦ ପୁରାଣ ଏବଂ କପିଳ ସଂହିତା ସବୁଥିରେ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ବର୍ଣ୍ଣିତ ଅଛି । ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ନିଜର ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଛାଡ଼ି ଆସିଥାନ୍ତି ବଡ଼ଦାଣ୍ଡକୁ । ତିନି ଠାକୁର ବିଜେ କରନ୍ତି ତିନି ରଥରେ । ରଥ ଚଢ଼ି ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ । ସେଠାରେ ଅବସ୍ଥାନ କରିବା ପରେ ବାହୁଡ଼ା ଦିନ ଫେରି ଆସନ୍ତୁ ଗୁଣ୍ଡିଚା ମନ୍ଦିରରୁ ।
ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରୁନଥିବା ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡରେ ବିଜେ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏଠି ଆଉ ବାଛ ବିଚାର ନଥାଏ ଜାତିର, ଧନୀ ଗରିବର । ଯିଏ ଚାହିଁବ ସିଏ ଦର୍ଶନ କରିବ, ରଥ ଦଉଡ଼ି ଧରି ଟାଣି ପାରିବ । ତେଣୁ ବର୍ଷକୁ ବର୍ଷ ବଢ଼ି ଚାଲିଛି ଭକ୍ତଙ୍କ ସଂଖ୍ୟା । ଇଏ ହେଉଛନ୍ତି ଏମିତି ଠାକୁର ଯିଏ ରତ୍ନ ସିଂହାସନ ଛାଡ଼ି କେବଳ ଭକ୍ତଙ୍କ ପାଇଁ ଚାଲି ଆସନ୍ତି ରଥରେ ବିଜେ କରିବାକୁ । …
କଥାରେ ଅଛି କଳା ଠାକୁରଙ୍କୁ ଯେତେ ଦେଖିଲେ କି ତାଙ୍କ ସମ୍ପର୍କରେ ଯେତେ ଶୁଣିଲେ ଓ ଯେତେ କହିଲେ ବି ନୂଆ ଲାଗେ । ଆଗକୁ ଜାଣିବା ରଥ ଯାତ୍ରା ସମ୍ପର୍କରେ ଆହୁରି ଅନେକ କଥା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.