ନୂଆ ବର୍ଷରେ ଗାଡି କିଣିବାକୁ ଚାହୁଁଥିଲେ ଏ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି , ନଚେତ ହୋଇପାରନ୍ତି ଠକାମିର ଶିକାର

ଅଧିକାଂଶ ଲୋକ ନୂଆ ବର୍ଷରେ ନୂଆ ଗାଡି କିଣିବାକୁ ଚାହିଁଥାନ୍ତି । ମଧ୍ୟମ ବର୍ଗିୟ ଲୋକେ ନିଜ ଜୀବନର ଜମା ପୁଞ୍ଜି ଏହି ଗାଡି କିଣିବା ଉପରେ ହିଁ ଲଗେଇଥାନ୍ତି । କିନ୍ତୁ ଏହି ମାନେ ଗାଡି କିଣିବା ଉପରେ କିଛି କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯଦି ନ ଦେବେ ତେବେ ଆପଣ ହୁଏତ ଗଭୀର ଠକାମିର ଶିକାର ହୋଇପାରନ୍ତି । ଯଦି ଆପଣ ବି ନୂଆ ବର୍ଷରେ ନୂଆ ଗାଡି କିଣିବାକୁ ଚାହୁଁଛନ୍ତି ତେବେ କିଛି ଜରୁରୀ ଦିଗ ପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦିଅନ୍ତୁ ।

-ବର୍ଷର ଶେଷ ମାସରେ କାର ଡିଲର ମାନେ କାର ଗୁଡିକ ଉପରେ ରିହାତି ଦେଇଥାନ୍ତି । ଡ଼ିଲରସ ମାନ ଙ୍କର ଏହି ସମୟରେ ନିଜ ଷ୍ଟକକୁ ଶେଷ କରିବା ଲକ୍ଷ ଥାଏ । ଯଦି ଆପଣ ନୂଆ ବର୍ଷ ଆରମ୍ଭରେ ଆପଣଙ୍କୁ ନିଜ ପୁରୁଣା ଷ୍ଟକ ଗୁଡିକୁ ବିକ୍ରି କରିଦେବାକୁ ଚେଷ୍ଟା କରିଥାନ୍ତି । ତେଣୁ ପ୍ରଥମେ ସୋ ରୁମର ସମସ୍ତ ଗାଡି ଗୁଡିକ ବିଷୟରେ ପ୍ରଥମେ ତଥ୍ୟ ହାସଲ କରିନିଅନ୍ତୁ ।

cars

-ଯଦି ଆପଣ ୨୦୧୯ ମସିହାର ମଡେଲ ଗୁଡିକୁ କିଣିବାକୁ ଚାହୁଁଛନ୍ତି ତେବେ ଡିଲରଙ୍କ ସାଙ୍ଗରେ ମୂଳ ଚାଲ କରନ୍ତୁ । ୨୦୧୯ ମସିହା ଓ ୨୦୨୦ ମସିହାର ଗାଡି ଗୁଡିକ ଉପରେ ଡିଟେଲସ ତଥ୍ୟ ହାସଲ କରନ୍ତୁ ।

– ଜାନୁଆରୀ ମାସରେ କାର ଗୁଡିକର ଦର ସାଧାରଣତଃ ବଢିବାର ଅଛି । ଏ ବିଷୟରେ କମ୍ପାନୀ ମାନେ ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି । ଏମିତିରେ ଡିଲର ମାନେ ୪ ରୁ ୫ ମାସ ପୁରୁଣା କାର ଗୁଡିକ ଉପରେ ଅଧିକ ରିହାତି ଦେଇଥାନ୍ତି । ମନେ ରଖିବେ କାର ଦର ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ହିଁ ବଢିଥିଲା । କିନ୍ତୁ ତା ପୂର୍ବ ମାସ କାର ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ନଚେତ ଡିଲର ଆପଣଙ୍କୁ ପୁରୁଣା କାର ବିକ୍ରି କରି ଠକିଦେଇପାରେ ।

– କିଛି ଡିଲର ରିହାତି ଦେବା ବଦଳରେ କାରର ସୁବିଧା ସୁଯୋଗ ନେଇ ଆପଣଙ୍କୁ ଲୋଭ ଦେଖାଇବେ । ତେଣୁ ଧ୍ୟାନ ରଖନ୍ତୁ କି ଡିଲରଙ୍କ ପାଖରେ ଯେଉଁ ଅଶେଶରୀଯ ଥାଏ ତାହା ବାହାର ଅଶେଶରୀଯ ଅପେକ୍ଷା ଅଧିକ ଦାମର ହିଁ ହୋଇଥାଏ ।

– କିଣିବା ପାଇଁ ଏତେଟା ତରତର ନ ହେଇ ଫେବୃଆରୀ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ସେ ସମୟରେ ଆପଣ ଗାଡିର ନୂଆ ଷ୍ଟକ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.