Below header

LBW ଅପିଲରେ ଈଶାରା ବଦଳରେ ଅମ୍ପାୟାର ଆଙ୍ଗୁଠିରେ କଲେ ଏଭଳି କାମ, ଭିଡିଓ ଦେଖିଲେ ରୋକିପାରିବେନି ଆପଣଙ୍କ ହସ

କ୍ରିକେଟ୍‌ ପଡ଼ିଆରେ କେବେ କେବେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖି ଦର୍ଶକ ନିଜ ହସ ରୋକିପାରନ୍ତି ନାହିଁ। ଏମିତି ହିଁ ଏକ ମ୍ୟାଚ୍‌ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟର ହୋଇଛି। ଆସନ୍ତୁ ଜାଣିବା ପୂରା ଘଟଣା ସମ୍ପର୍କରେ।

ଅଷ୍ଟ୍ରେଲିଆରେ ଟି-୨୦ କ୍ରିକେଟ୍‌ ଲିଗ୍‌ର ଏକ ଫ୍ରାଞ୍ଚାଇଜ୍‌ ହେଉଛି ବିଗ୍‌ ବ୍ୟାଶ୍‌ ଲିଗ୍‌। ଏବେ ଏହାର ମ୍ୟାଚ୍‌ ଚାଲିଛି। ୨୯ ଡିସେମ୍ବରରେ ଏଡିଲେଡ୍‌ ଷ୍ଟ୍ରାଇକର୍ସ ଏବଂ ମେଲବର୍ଣ୍ଣ ରେନେଗେଡ୍‌ସ ମଧ୍ୟରେ ମ୍ୟାଚ୍‌ ଥିଲା। ଏଥିରେ ଏକ କୌତୁହଳଜନକ ଘଟଣା ଘଟିଥିଲା।

ma44

ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍‌ ବ୍ୟାଶ୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ଗ୍ରାଉଣ୍ଡ ଅମ୍ପାୟାର ଏକ ଏଲ୍‌ବିଡବ୍ଲୁର ଅପିଲ ଉପରେ ନିଷ୍ପତ୍ତି ଦେଉ ଦେଉ ହଠାତ୍‌ ଏହାକୁ ବଦଳାଇ ଦେଇଥିଲେ। ଆଉଟ୍‌ ଦେବା ପାଇଁ ଉଠାଇଥିବା ନିଜ ଆଙ୍ଗୁଠିରେ ନାକ କୁଣ୍ଡାଇବାକୁ ଲାଗିଲେ।

ଏହି ଘଟଣା ମେଲବର୍ଣ୍ଣ ରେନେଗେଡ୍‌ସ ଇନିଂସ୍‌ର ୧୭ତମ ଓଭରରେ ଘଟିଥିଲା। ଓଭରର ତୃତୀୟ ବଲ୍‌ରେ ରାଶିଦ୍‌ ଖାନ୍‌ େଓ୍ଵବ୍‌ଷ୍ଟର ବିପକ୍ଷରେ ଏଲ୍‌ବିଡବ୍ଲୁ ଅପିଲ କରିଥିଲେ। ଅମ୍ପାୟାର୍‌ ଗ୍ରେଗ୍‌ ଡେବିଡ୍‌ସନ ଅପିଲ ପରେ ଆଙ୍ଗୁଠିକୁ ଆଉଟ୍‌ ପାଇଁ ପାଖାପାଖି ଉଠାଇ ଦେଇଥିଲେ। କିନ୍ତୁ ଶେଷରେ ସେ ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ। ଆଉ ସେହି ଆଙ୍ଗୁଠିରେ ନାକ କୁଣ୍ଡାଇବାକୁ ଲାଗିଲେ।

ଅମ୍ପାୟାର ଖେଳାଳିମାନଙ୍କୁ କହିଥିଲେ ଯେ ‘ମୁଁ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ ଦେଇ ନ ଥିଲି, ବରଂ ନିଜ ନାକକୁ କୁଣ୍ଡାଇଥିଲି। ଗ୍ରେଗ୍‌ଙ୍କ ଏହି ନିଷ୍ପତ୍ତି ପରେ ସମସ୍ତେ ଆଶ୍ଚଯ୍ୟର୍ ହୋଇଯାଇଥିଲେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.