Below header

ଉପଭୋକ୍ତାଙ୍କୁ ସରକାରଙ୍କ ହୋଲି ଗିଫ୍ଟ, ୫୨ ଟଙ୍କା ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ହୋଲି ପୂର୍ବରୁ ସରକାର ଦେଶର ଉପଭୋକ୍ତା ମାନଙ୍କୁ ଏକ ଉପହାର ଦେଇଛନ୍ତି । ଆଜି ଅର୍ଥାତ ମାର୍ଚ୍ଚ ୧ ତାରିଖରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ ସବସିଡି ଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ଦର ୫୨.୫ ୦ ଟଙ୍କା କମିଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ୮୯୩.୫୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ମାର୍ଚ୍ଚରୁ ୮୪୧ ଟଙ୍କାରେ ମିଳିବ ।

କହିରଖିବା ଉଚିତ ହେବକି ମାସର ପ୍ରଥମ ତାରିଖରେ ହିଁ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଥାଏ । ଯେବେକି ଗଲା ଫେବୃଆରୀ ମାସ ୧୨ ତାରିଖରେ ହିଁ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ ଏକ ବିରାଟ ପରିବର୍ତ୍ତନ କରାଯାଇଥିଲା ।

gas cylinder

ଏକ ୱେବ ସାଇଟ ଅନୁଯାୟୀ ଗଲା ମାସ ଦେଶ ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦର ୧୪୪.୫୦ ଟଙ୍କା ବଢି ୮୫୮.୫ ୦ ଟଙ୍କା ହୋଇଥିଲା । ଯେବେକି କୋଲକାତାରେ ଦର ୧୪୯ ଟଙ୍କା ବଢି ୮୯୬.୦୦ ଟଙ୍କାରେ ପହଞ୍ଚିଥିଲା । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହାର ମୂଲ୍ୟ ୮୮୧ ଟଙ୍କାରେ ପହଞ୍ଚିଥିଲା ।

ବର୍ତ୍ତମାନ ସମୟରେ ସରକାର ଏକ ବର୍ଷରେ ପ୍ରତ୍ୟକ ଘରକୁ ୧୪.୨ କିଲୋଗ୍ରାମର ୧୨ଟି  ସିଲିଣ୍ଡର ଉପରେ ସବସିଡି ଦେଉଛନ୍ତି । ଯଦି ଗ୍ରାହକ ଏହି ସଂଖ୍ୟାରୁ ଅଧିକ ସିଲିଣ୍ଡର ଆବଶ୍ୟକ କରୁଥିବେ ତେବେ ତାଙ୍କୁ ବଜାର ଦରରେ ହିଁ କିଣିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.