Below header

କେବେବି ଚୋରି ହେବନି ଆପଣଙ୍କ ପସନ୍ଦର କାର, ଯଦି ଆପଣାଇବେ ଏହି ୬ ଟି ସହଜ ଉପାୟ

ଆଜି ବି ଭାରତର ଅନେକ ସ୍ଥାନରେ କାର କିଣିବାକୁ ଏକ ବଡ ଉପଲବ୍ଧି ବୋଲି ଧରାଯାଇଥାଏ । କାର ଶସ୍ତା ହେଉ ବା ମହଙ୍ଗା କିଣୁ ଥିବା ଲୋକର ଖୁସି କିନ୍ତୁ ସମାନ ହୋଇଥାଏ । ଏମିତିରେ ଯଦି କାହାର ନୂଆ କାର ଟି ଚୋରି ହୋଇଯାଏ ତେବେ ତ କଥା ସରିଲା । ଆଗରୁ ଇନ୍ସୁରାନ୍ସ କରିଥିଲେ ହୁଏତ କିଛିଟା କ୍ଷତି ପୂରଣ ମିଳିଯାଏ । କିନ୍ତୁ କାରର ପୂରା ମୂଲ୍ୟ ମିଳିନଥାଏ । ଅନ୍ୟପକ୍ଷରେ ଇନ୍ସୁରାନ୍ସ ରାଶି ବର୍ଷକୁ ବର୍ଷ କମିଯାଇଥାଏ । କିନ୍ତୁ ଯଦି ଆପଣ କିଛିଟା ସତର୍କତା ଅବଲମ୍ବନ କରିବେ ତେବେ ଆପଣଙ୍କ କାର ଚୋରି ହେବାରୁ ନିଶ୍ଚିତ ରୂପେ ରକ୍ଷା ପାଇଯିବ । ତେବେ ଜାଣି ରଖନ୍ତୁ ଏ ସମ୍ବନ୍ଧୀୟ କେତେ ଗୁଡିଏ ଟିପ୍ସ :

car

ଷ୍ଟିୟରିଂ ହ୍ୱିଲ ଲକର :

କାରକୁ ଚୋରି ହେବାରୁ ରକ୍ଷା କରିବା ପାଇଁ ଷ୍ଟିୟରିଂ ହ୍ୱିଲ ଲକର ଖୁବ ସହାୟତା କରିଥାଏ । ଏହାକୁ ଆପଣ ଅନଲାଇନ ବା ପାଖ ବଜାରରୁ କିଣିପାରିବେ । ଷ୍ଟିୟରିଂ ହ୍ୱିଲ ଲକର ଷ୍ଟିୟରିଂକୁ ଲକ କରିଦିଏ । ଯଦି କେହି ଦୁର୍ବୁତ୍ତ ଆପଣଙ୍କ କାରକୁ ଆଗକୁ ନେଇ ପାରିବ ନାହିଁ ।

ଟାୟର ଲକର:

ଏହି ଲକର କାର ଚକକୁ ଲକ କରିଦେଇଥାଏ । ଏହାକୁ ଭାଙ୍ଗିବା ସମ୍ଭବ ହୋଇନଥାଏ ବା ଭାଙ୍ଗିବାକୁ ଚୋରଙ୍କୁ ଅଧିକ ସମୟ ଲାଗିଥାଏ ।ତେଣୁ ଚୋର ଚେଷ୍ଟା କଲେ ବି ସଫଳ ହୋଇପାରିବ ନାହିଁ ।

car

ସୁରକ୍ଷିତ ପାର୍କିଙ୍ଗ:

ଅନେକ ସମୟରେ ପଇସା ବଞ୍ଚାଇବା ପାଇଁ ଅଧିକାଂଶ ଲୋକ ନିଜ ଗାଡିକୁ ଏଣେ ତେଣେ ପର୍କିଙ୍ଗ କରିଦିଅନ୍ତି । ଚୋର କିନ୍ତୁ ଏହି ଅସାବଧାନତାର ଭରପୁର ଫାଇଦା ଉଠାଇଥାଏ । ତେଣୁ ଏଠି ପ୍ରତି ଦୃଷ୍ଟି ଦିଅନ୍ତୁ ।

ପାର୍କିଙ୍ଗ ସ୍ଥାନରେ ଲଗାନ୍ତୁ ସିସି ଟିଭି :

କୌଣସି ପାର୍କିଙ୍ଗ ସ୍ଥାନରେ ଗାଡି ରଖିବା ପୂର୍ବରୁ ସେହି ସ୍ଥାନରେ ସିସି ଟିଭି ଲାଗିଛି କି ନାହିଁ ଭଲ ରୂପେ ଜାଣି ରଖନ୍ତୁ । ନିଜ ଘରର ପାର୍କିଙ୍ଗ ସ୍ଥାନରେ ବି ସିସି ଟିଭି କ୍ୟାମେରା ଲଗାନ୍ତୁ ।

car

ଜିପିଏସ ଟ୍ରାକର :

ଆଜିକା ସମୟରେ ଅଧିକାଂଶ କାରରେ ଜିପିଏସ ଟ୍ରାକର ପୂର୍ବରୁ ଲାଗିଥାଏ । ଯଦି ଆପଣଙ୍କ କାରରେ ଏହି ଫିଚରଟି ନାହିଁ ତ ଶୀଘ୍ର ଲଗାଇନିଅନ୍ତୁ । ଜିପିଏସ ଟ୍ରାକର ସହାୟତାରେ କାରକୁ ଟ୍ରାକ କରିପାରିବ ।

ଆଉ ସବୁଠୁ ଜରୁରୀ ହେଉଛି କାର ଚାଳନା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ନିଜ କାର ଛାଡି କେଉଁଠିକୁ ଯିବା ସମୟରେ ଭଲ ଭାବେ ଚେକ କରି କି ଯାଆନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.