ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜାଣିରଖନ୍ତୁ ଆଜି କେତେ ରହିଛି ଗ୍ରାମ ପ୍ରତି ଦାମ୍
ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଯାଇ କିଣିଆଣନ୍ତୁ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୨,୦୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି , ୪୫,୮୨୦ ଟଙ୍କା ଅଛି।
ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୩,୫୨୦ ଟଙ୍କା ଓ ୪୪,୫୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୩,୮୬୦ ଟଙ୍କା ଓ ୪୭,୮୫୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୨,୧୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୬,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୪,୧୭୦ ଟଙ୍କା ଓ ୪୬,୮୧୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୩୦୦ ଟଙ୍କା ବଢ଼ି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।