ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ଚଳିତ ବର୍ଷର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’
ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଜାତି ସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏହା ନାରୀ ଅଧିକାରର ଦିବସ । ବାଇଗଣୀ ରିବନ୍ ଏହି ଦିନର ପ୍ରତୀକ । ସାମାଜିକ କ୍ଷେତ୍ରରେ ମହିଳା ନିଜ ଅଧିକାର ଓ ଦକ୍ଷତା ପ୍ରତିପାଦିତ କରିବା କରି ସମାନ ଭୂମିକା ନିଭାଇବାରେ ସମର୍ଥ ହୋଇଛନ୍ତି ।
ସାହାସୀ ମହିଳା ପ୍ରତ୍ୟେକ ଆହ୍ଵାନକୁ ଆଖିରେ ଆଖି ମିଳାଇ ସ୍ୱୀକାର କରେ । ସଫଳତା ପଥରେ ଅଗ୍ରସର ହୋଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ ମହିଳା । ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଅଲଗା ଅଲଗା ଥିମ୍ ରହିଥାଏ । ଚଳିତ ବର୍ଷର ଥିମ୍ ରହିଛି, ଚୁଜ୍ ଟୁ ଚ୍ୟାଲେଞ୍ଜ ।