Below header

ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ସୁନାଦର ବୃଦ୍ଧି, ଭାରତରେ ମଧ୍ୟ ସମାନବସ୍ଥା

କେନ୍ୟୁଜ୍(ବ୍ୟୁରୋ):ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ସୁନାଦର ବୃଦ୍ଧି ପାଇଛି । ଏହାଫଳରେ ଭାରତୀୟ ବଜାରରେ ସୁନାଦର ବୃଦ୍ଧି ପାଇଛି । ଆଜି ସୁନାଦର ୧୦ ଗ୍ରାମ ପିଛା ୪୨ ହଜାର ଟଙ୍କା ଛୁଇଁଛି । ସେହିପରି ରୂପା କିଲୋଗ୍ରାମ ପିଛା ୪୯ ହଜାର, ୫୨୨ ଟଙ୍କାରେ ପହଁଚିଛି । ମଧ୍ୟପାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଏହାର ପ୍ରଭାବ ବିଶ୍ୱ ଅର୍ଥନୀତିରେ ପଡିଛି । ତେଲଦର ବଢ଼ିଚାଲିଥିବା ବେଳେ ବିଶ୍ୱର ପ୍ରମୁଖ ଷ୍ଟକ ବଜାରରେ ଦ୍ରୁତ ହ୍ରାସ ଦେଖାଦେଇଛି । ଫଳରେ ନିବେଶକ ମାନେ ସୁନାରେ ନିବେଶ କରିବାକୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଏହି କାରଣରୁ ସୁନାଦର ବଢ଼ିଛି । ଅର୍ନ୍ତଜାତୀୟ ବଜାରରେ ସୁନାଦର ଗତ ୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆଉ ଏକ କାରଣ ହେଉଛି ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ଫଳରେ ସୁନାଦର ବୃଦ୍ଧି ପାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.