Below header

୮୫୦ ଟଙ୍କା ଯାଏ କମିଲା ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ କେତେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ଦରରେ ଆଖିଦୃଶିଆ କମି ଆସିଛି । ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୩୯ ହଜାର ୮୬୦ ଟଙ୍କା ରହିଛି । କିଛି ଦିନ ବ୍ୟବଧାନରେ ୪୦ ହଜାରରୁ ଦାମ୍‌ ଖସିଛି । ଗତକାଲି ମୂଲ୍ୟ ୪୦ ହଜାର ୭୧୦ ଟଙ୍କା ରହିଥିଲା । ଗତକାଲିର ଦାମ୍‌ ଠାରୁ ୮୫୦ ଟଙ୍କା କମିଛି ।
ସେହିପରି ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌ର ମୂଲ୍ୟ ଆଜି ୪୩ ହଜାର ୬୬୦ ଟଙ୍କା ରହିଛି । ଯାହାର ମୂଲ୍ୟ ଗତକାଲି ଥିଲା ୪୪ ହଜାର ୪୧୦ ଟଙ୍କା । ଏଥିରେ ୭୫୦ ଟଙ୍କା କମିଛି । ଆଗାମୀ କିଛି ଦିନ ଭିତରେ ସୁନାର ଅଳଙ୍କାରର ମୂଲ୍ୟ ପ୍ରାୟ ୨ ହଜାର ଟଙ୍କା କମିବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.