Below header

୧୦ମ ପାସ୍ କରି ଆଇଟିଆଇ କରିଥିଲେ ମିଳିବ ରେଲୱେ ଚାକିରି, ଏମିତି କରନ୍ତୁ ଆବେଦନ

୧୦ମ୍ ପାସ୍ କରିଛନ୍ତି ତ ? ତେବେ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଉତ୍ତର ମଧ୍ୟ ରେଲୱେ ଝାନସୀରେ ଟ୍ରେଡ ଆପରାଣ୍ଟିସ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ନିଯୁକ୍ତି ଫିଟର, ମେକାନିକ, କାରପେଣ୍ଟର, ଇଲେକ୍ଟ୍ରିସିଆନ ଟ୍ରେଡ ପାଇଁ କରାଯିବ। ଏଠାରେ ପାଖାପାଖି ୪୮୦ ପଦବୀରେ ନିଯୁକ୍ତି ହେଉଛି।

ଏହି ପଦବୀ ପାଇଁ ଯୋଗ୍ଯ ଏବଂ ଇଚ୍ଛୁକପ୍ରାର୍ଥୀ ବିଭାଗର ଅଧିକାରକ ୱେବସାଇଟ୍ mponline.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ: ୪୮୦

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୪ ଏପ୍ରିଲ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଆପରାଣ୍ଟିସ ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋଡରୁ ଅତିକମରେ ୫୦ ପ୍ରତିଶତ ମାର୍କ ରଖି ୧୦ମ ପାସ୍ କରିଥିବା ଆବଶ୍ଯକ। ଏହା ସହିତ ଆଇଟିଆଇ ସାର୍ଟିଫିକେଟ ରହିଥିବା ଜରୁରୀ।

railway job

ବୟସ ସୀମା: ଏହି ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ୧୫ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ। ଅଧିକତମ ବୟସ ସୀମାରେ ଓବିସି ବର୍ଗ ପାଇଁ ୩ ବର୍ଷ ଏବଂ ଏସସି/ଏସଟି ବର୍ଗ ପାଇଁ ୫ ବର୍ଷ ଏବଂ ଦିବ୍ଯାଙ୍ଗଙ୍କ ପାଇଁ ୭ରୁ ୧୦ ବର୍ଷର ରିହାତି ମିଳିବ।

ଷ୍ଟାଇପେଣ୍ଡ: ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିୟମାନୁସାରେ ଷ୍ଟାଇପେଣ୍ଡ ମଧ୍ୟ ମିଳିବ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପାଇଁ ୧୭୦ ଟଙ୍କା ଆବେଦନ ଶୁଳ୍କ, ଏବଂ ଏସସି, ଏସଟି ଓ ମହିଳାଙ୍କ ପାଇଁ ୭୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

ଚୟନ ପ୍ରକ୍ରିୟା: ଏହି ପଦବୀରେ ଭର୍ତ୍ତି ବିନା କୌଣସି ପରୀକ୍ଷାରେ ଅର୍ଥାତ୍ ଆଇଟିଆଇ ଏବଂ ୧୦ମ ମାର୍କ ଆଧାରରେ ମେରିଟ ଲିଷ୍ଟରେ ହେବ। ଯେଉଁମାନେ ଚୟନ ହେବେ ସେମାନେ ଏକ ବର୍ଷ ପର୍ଯ୍ଯନ୍ତ ଟ୍ରେନିଂ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.