ଖୁସି ଖବର! ୧୦ ଏପ୍ରିଲରେ ଯାତ୍ରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛି ରେଲୱେ

ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଟ୍ରେନ୍‌। ତେବେ ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ କମ୍‌ ସଂଖ୍ୟକ ଟ୍ରେନ୍‌ ଚଳାଚଳ କରୁଛି। ଫଳରେ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାତ୍ରୀଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ୧୦ ଏପ୍ରିଲରୁ କରୋନା କାଳ ପୂର୍ବରୁ ଚାଲୁଥିବା ଟ୍ରେନ୍‌ ମଧ୍ୟରୁ ୯୦ ପ୍ରତିଶତକୁ ପୁଣିଥରେ ଚଳାଚଳ କରିବାକୁ ଯୋଜନା ହେଉଛି। ଏନେଇ ରେଳ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ଦ୍ୱାରା ଯାତ୍ରୀମାନଙ୍କୁ ଆଉ ସମସ୍ୟା ହେବ ନାହିଁ।

ଉତ୍ତର ରେଲୱେ ତରଫରୁ ସମସ୍ତ ମଣ୍ଡଳକୁ ଚିଠି ଲେଖି ଟ୍ରେନ୍‌ ସଂଖ୍ୟା ବଢ଼ାଇବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହରେ ସମସ୍ତ ଟ୍ରେନ୍‌ର ପରିଚାଳନା ବନ୍ଦ କରିଦିଆଯାଇଥିଲା। ମାତ୍ର ଜୁନ୍‌ ମାସରେ କିଛି ଟ୍ରେନ୍‌ ଚାଲିବା ଆରମ୍ଭ ହୋଇଥିଲା। କିନ୍ତୁ ଟିକେଟ୍‌ କନ୍‌ଫର୍ମ ହେଉନଥିବାରୁ ଯାତ୍ରୀମାନେ ହଟହଟା ହେଉଥିଲେ। ମାତ୍ର ଏବେ ଟ୍ରେନ୍‌ ଚଲାଇବାକୁ ଅନୁମତି ମିଳିବା ପରେ ଯାତ୍ରୀମାନେ ଆଶ୍ୱସ୍ତ ହୋଇଛନ୍ତି।

ପ୍ରକାଶ ଯେ କରୋନା ସଙ୍କଟ ପୂର୍ବରୁ ନୂଆଦିଲ୍ଲୀରେ ପ୍ରାୟ ୩୬୦ ଟ୍ରେନ୍‌ ଚଳାଚଳ କରୁଥିଲା। କିନ୍ତୁ ଏବେ ମାତ୍ର ୧୭୭ଟି ଚଳାଚଳ କରୁଛି। ଅନ୍ୟ ଷ୍ଟେସନ୍‌ମାନଙ୍କରେ ମଧ୍ୟ କମ୍‌ ସଂଖ୍ୟକ ଟ୍ରେନ୍‌ ଚାଲୁଛନ୍ତି। ଫଳରେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.