Below header

ବନ ବିଭାଗରେ ସରକାରୀ ଚାକିରି ନିଯୁକ୍ତି, ଦରମା ମାସକୁ ୫୬ ହଜାର ଟଙ୍କା

ଆପଣ ଚାକିରି କରିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଛତିଶଗଡ ଲୋକ ସେବା ଆୟୋଗ ଅଧିନରେ ଫରେଷ୍ଟ ରେଞ୍ଜର ଏବଂ ଆସିଷ୍ଟାଣ୍ଟ ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଛତିଶଗଡ ବନ ବିଭାଗ ଭର୍ତ୍ତି ୨୦୨୦ ଅଧିନରେ ୧୭୮ ପଦବୀ ଖାଲି ପଡିଛି। ଯଦି ଆପଣ ଏହି ଚାକିରି କରିବା ପାଇଁ ଇଚ୍ଛୁକ ରହିଛନ୍ତି ତେବେ ଜଲଦି ଆବେଦନ କରନ୍ତୁ।

ପଦବୀ :

ଫରେଷ୍ଟ ରେଞ୍ଜର : ୧୫୭
ଆସିଷ୍ଟାଣ୍ଟ ଫରେଷ୍ଟ ଗାର୍ଡ : ୨୧

11

ଶିକ୍ଷାଗତ ଯୋଗ୍ୟତା :

ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ। ଏହାସହିତ କୃଷି, ବନସ୍ପତି ବିଭାଗ, ପର୍ଯ୍ୟାବରଣ ବିଜ୍ଞାନ, ଭୂ ବିଜ୍ଞାନ ଇତ୍ୟାଦି ବିଷୟରେ ଗ୍ରାଜୁଏସନ ଡିଗ୍ରର ହୋଇଥିବା ଆବଶ୍ୟକ। ଚୟନ ହେବାକୁ ଥିବା ପ୍ରାର୍ଥୀଙ୍କ ପୋଷ୍ଟିଂ ଛତିଶଗଡରେ ହେବ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ। କିନ୍ତୁ ଛତିଶଗଡ ରାଜ୍ୟର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୨୧ ବର୍ଷରୁ ୪୦ ବର୍ଷ ରହିଛି।

jj

ଆବେଦନ ଶୁଳ୍କ : ଛତିଶଗଡର ଏସସି/ଏସଟି ଏବଂ ଓବିସି ବର୍ଗ ପାଇଁ ୩୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନ୍ୟ ରାଗ୍ୟର ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ରହିଛି।

ଚୟନ ପ୍ରକ୍ରିୟା : ଫରେଷ୍ଟ ରେଞ୍ଜର ଏବଂ ଆସିଷ୍ଟାଣ୍ଟ ଫରେଷ୍ଟ ଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।
ଆବେଦନ କରିବାର ତାରିଖ : ୧୬ ଜୁନରୁ ଆରମ୍ଭ ହୋଇ ଜୁଲାଇ ୧୫ ତାରିଖରେ ଶେଷ ହେବ। ଅନଲାଇନରେ ଆବେଦନ କରିବାର ପ୍ରକ୍ରିା ୧୮ ଜୁନ୍‌ରୁ ଆରମ୍ଭ ହୋଇ ୨୪ ଜୁଲାଇରେ ସରିବ।

ଦରମା : ଫରେଷ୍ଟ ରେଞ୍ଜର ପଦବୀ ପାଇଁ ୩୮,୧୦୦ ଟଙ୍କା ପ୍ରତି ମାସ ଦରମା ଏବଂ ଆସିଷ୍ଟାଣ୍ଟ ଫରେଷ୍ଟ ଗାର୍ଡ ପାଇଁ ୫୬,୧୦୦ ଟଙ୍କା ପ୍ରତି ମାସ ରହିଛି। ଅଧିକ ବିବରଣୀ ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ନୋଟିଫିକେସ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.