କଶ୍ମୀର ପଣ୍ଡିତଙ୍କ ହତ୍ଯାକୁ ନେଇ ଏପରି ମନ୍ତବ୍ଯ ରଖିଲେ ବଲିଉଡ୍ ଷ୍ଟାର ଅନୁପମ୍ ଖେର୍

କଶ୍ମୀର ପଣ୍ଡିତଙ୍କ ହତ୍ଯାକୁ ନେଇ ବଲିଉଡ୍ ଅଭିନେତା ଅନୁପମ୍ ଖେର୍ କ୍ରୋଧ ପ୍ରକାଶ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ଟ୍ବିଟରରେ ସେୟାର ହୋଇଥିବା ଏକ ଭିଡିଓରେ ଅନୁପମ କହିଛନ୍ତି, ଦିନ ଦ୍ବିପହରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଅନନ୍ତନାଗର ରାସ୍ତା ଉପରେ ଆତଙ୍କବାଦୀମାନେ ଗୁଳି କରି ହତ୍ଯା କରିଛନ୍ତି। ୮୦ ଦଶକରେ ହୋଇଥିବା କଶ୍ମୀର ପଣ୍ଡିତଙ୍କ ହତ୍ଯାକୁ ପୁଣିଥରେ ପୁନରାବୃତ୍ତି କରାଯାଉଛି। ବାରମ୍ବାର କଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ଯାଚାର ହୋଇଆସୁଛି। ଏଭଳି ଘଟଣା ବର୍ତ୍ତମାନ ମଧ୍ଯ ଜାରି ରହିଛି। ଯାହାକୁ ନେଇ କେହି ଜଣେ ବି ସ୍ବର ଉତ୍ତୋଳନ କରୁନାହାନ୍ତି।


ସୋସିଆଲ ମିଡିଆରେ ଅନୁପମ ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ‘ଏଭଳି ଗଟଣା ନେି ମୁଁ କ୍ରୋଧ ପ୍ରକାଶ କରିବା ସହ ଦୁଃଖରେ ଅଛି।’ କଶ୍ମୀର ପଣ୍ଡିତ ସରପଞ୍ଚଙ୍କ ମୃତ୍ୟୁରେ ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.