Below header

ନୂଆ ବର୍ଷରେ ସରକାର କଲେ ATM କାର୍ଡ ସହ ଜଡ଼ିତ ଦୁଇଟି ବଡ଼ ଘୋଷଣା, ମାଗଣାରେ ମିଳିବ ୧୦ ଲକ୍ଷ ଟଙ୍କା!

ନୂଆ ବର୍ଷରେ କେନ୍ଦ୍ର ସରକାର ଏଟିଏମ୍‌ ସହ ଜଡ଼ିତ ଦୁଇଟି ବଡ଼ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କୁ ଆଶ୍ଵସ୍ତି ଦେବାକୁ ଯାଇ ସରକାର ରୂପେ କାର୍ଡ(Rupay) ଏବଂ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ MDR ଚାର୍ଜ(ମର୍ଚେଣ୍ଟ ଡିସ୍‌କାଉଣ୍ଟ ରେଟ୍‌)କୁ ବନ୍ଦ କରିଦେଇଛନ୍ତି। MDR ଚାର୍ଜ ଖର୍ଚ୍ଚ ହେବା ପରେ ଆପଣଙ୍କୁ ଟ୍ରାଞ୍ଜାକ୍ସନ ସମୟରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ସରକାର ଏହି ଶୁଳ୍କକୁ ଗ୍ରାହକମାନଙ୍କଠାରୁ ହଟାଇ ନିଜେ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ବି କେହି ଗ୍ରାହକ କିଣାକିଣି ସମୟରେ ନିଜ କାର୍ଡକୁ ମେଶିନ୍‌ରେ ସ୍ୱାଇପ୍‌ କରାଇଥାଆନ୍ତି, ସେତେବେଳେ ପ୍ରତି ଟ୍ରାଞ୍ଜାକ୍ସନ ଉପରେ ଦୋକାନୀକୁ ଧାଯ୍ୟର୍ ଅର୍ଥ ଦେବାକୁ ପଡ଼ିଥାଏ, ଯାହାକୁ MDR ଶୁଳ୍କ କୁହାଯାଇଥାଏ। ଏବେ ଏହାକୁ ବନ୍ଦ କରିଦିଆଯାଇଛି।

ru2

ଅସୁବିଧାରେ ମିଳିବ ୧୦ ଲକ୍ଷ ଟଙ୍କା

Rupay ସିଲେକ୍ଟ କ୍ରେଡିଟ୍‌ କାର୍ଡ ସହିତ ୧୦ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ବୀମା ମିଳିଥାଏ। SBI ଏବଂ PNB ସମେତ ସମସ୍ତ ପ୍ରମୁଖ ସରକାରୀ ବ୍ୟାଙ୍କ ଏହି କାର୍ଡ ଜାରି କରିଥାଆନ୍ତି। ସେଠି HDFC, ICICI ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ ସହ ଅଧିକାଂଶ ଘରୋଇ ବ୍ୟାଙ୍କ ମଧ୍ୟ ଏହି କାର୍ଡ ଜାରି କରୁଛନ୍ତି। ସରକାର ଏହି କାର୍ଡ ସହିତ ଏବେ ୧୦ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ଦୁର୍ଘଟଣା ବୀମା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ru6

ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସାରା ଜୀବନ ପାଇଁ ଦିବ୍ୟାଙ୍ଗ ହୋଇଗଲେ ଇନ୍‌ସ୍ୟୁରାନ୍ସ କଭର୍‌ ମିଳିବ। Rupay କାର୍ଡର କ୍ଲାସିକ୍‌ କାର୍ଡରେ ୧ ଲକ୍ଷ ଟଙ୍କା ଏବଂ ପ୍ରିମିୟମ୍‌ କାର୍ଡରେ ୧୦ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ବୀମା ମିଳିବ।

ru1

୧୬,୦୦୦ ଟଙ୍କା ପଯ୍ୟର୍ନ୍ତ କ୍ୟାଶବ୍ୟାକ

ସେପଟେ Rupay କାର୍ଡ ସହ ୧୬,୦୦୦ ଟଙ୍କା ପଯ୍ୟର୍ନ୍ତ କ୍ୟାଶବ୍ୟାକ୍‌ ମିଳିବ। ୟୁଏଇ, ସିଙ୍ଗାପୁର, ଶ୍ରୀଲଙ୍କା, ବ୍ରିଟେନ୍‌, ଆମେରିକା, ସ୍ପେନ୍‌, ସ୍ୱିଜରଲ୍ୟାଣ୍ଡ ଏବଂ ଥାଇଲ୍ୟାଣ୍ଡରେ Rupay କାର୍ଡ ବ୍ୟବହାର କରିବା ଉପରେ ୧୬,୦୦୦ ଟଙ୍କା ପଯ୍ୟର୍ନ୍ତ ମାସିକ କ୍ୟାଶବ୍ୟାକ୍‌ ମିଳିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.