କରୋନା କାରଣରୁ ସାରା ଦେଶ ଏବେ ଲକଡାଉନ। ତାଲା ବନ୍ଦ କାରଣରୁ ଦୋକାନ ବଜାର ବନ୍ଦ, ଫଳରେ କାମ ଧନ୍ଦା ପୁରାପୁରି ଭାବରେ ଠପ ହୋଇଯାଇଛି। ଯେଉଁ କାରଣରୁ ଗରିବ ଅସହାୟ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କରୋନା ପ୍ରଭାବିତ ଗରିବ ଲୋକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ପ୍ୟାକେଜ ଘୋଷଣା କରିଛନ୍ତି।
ଗତ ମାର୍ଚ୍ଚ ମାସରେ ଘୋଷଣା ହୋଇଥିବା ଏହି ପ୍ୟାକେଜ ଅନୁଯାୟୀ ଏପ୍ରିଲ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଧନ ଯୋଜନାର ମହିଳା ହିତାଧିକାରୀଙ୍କ ଅକାଉଣ୍ଟକୁ ୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ତେବେ ଏପ୍ରିଲ ମାସରେ ପ୍ରଥମ କିସ୍ତି ରାଶି ପ୍ରଦାନ କରାଯାଇସାରିଛି ଏବଂ ହିତାଧିକାରୀ ନିଜର ସହାୟତା ରାଶି ପାଇଁ ସାରିଛନ୍ତି। ଏବେ ଚଳିତ ମାସର ଦ୍ୱିତୀୟ କିସ୍ତି ଆଜି ଠାରୁ ଅର୍ଥାତ ମେ ୪ ତାରିଖରୁ ପ୍ରଦାନ କରାଯିବ।
PM गरीब कल्याण पैकेज के तहत PMJDY के महिला खाता धारकों को Rs.500 की मई माह की किश्त बैंकों में भेजी जा रही है। पैसे पूरी तरह सुरक्षित हैं, बैंकों में भीड़ से बचने के लिए नीचे वाले समय सारणी अनुसार ब्रांच, CSP, बैंक मित्रों से रक़म लें। स्वस्थ रहे, सुरक्षित रहें। @FinMinIndia pic.twitter.com/OFsUwJwHIo
— Debasish Panda (@DebasishPanda87) May 2, 2020
କେନ୍ଦ୍ର ଆର୍ଥିକ ସେବା ବ୍ୟାପାର ସଚିବ ଦେବାଶିଷ ପଣ୍ଡା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ଯେ ପିଏମ ଗରିବ କଲ୍ୟାଣ ପ୍ୟାକେଜ ଅନୁଯାୟୀ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମହିଳା ଖାତା ଧାରକଙ୍କୁ ମେ ମାସ କିସ୍ତି ୫୦୦ ଟଙ୍କା ବ୍ୟାଙ୍କକୁ ପଠା ଯାଇସାରିଛି। ସେ କହିଛନ୍ତି ଯେ ହିତାଧିକାରୀ ଏହି ଟଙ୍କା ଉଠାଇବା ପାଇଁ ଏକ ପ୍ରଣାଳୀ ଜାରି କରାଯାଇଛି। ସେହି ପ୍ରଣାଳୀ ଅନୁଯାଇ ବ୍ୟାଙ୍କ ଶାଖା କିମ୍ବା ଗ୍ରାହକ ସେବା କେନ୍ଦ୍ର ଯାଇ ଟଙ୍କା ଉଠାଇ ପାରିବେ। ଏହି ଟଙ୍କାକୁ ଏଟିଏମରୁ ମଧ୍ୟ ଉଠାଇପାରିବେ। ବ୍ୟାଙ୍କ ଶାଖାରେ ଯେପରି ଭିଡ ନ ହୁଏ ଏଠିପାଇଁ ପାଞ୍ଚ ଦିନ ଭିତରେ ଏହି ଅର୍ଥ ଟ୍ରାନଫର କରାଯାଉଛି।
ଏହି ତାରିଖ ଅନୁଯାୟୀ ଉଠାଇପାରିବେ ଟଙ୍କା
- ପ୍ରଣାଳୀ ଅନୁଯାୟୀ ଯେଉଁ ମହିଳାଙ୍କ ଜନଧନ ଆକାଉଣ୍ଟର ଅନ୍ତିମ ଅଙ୍କ ୦ କିମ୍ବା ୧, ସେମାନେ ଆଜି ଅର୍ଥାତ ୪ ମେ ୨୦୨୦କୁ ବ୍ୟାଙ୍କ ଯାଇ ଟଙ୍କା ଆଣିପାରିବେ।
- ଯେଉଁ ମହିଳାଙ୍କ ଜନଧନ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୨ ଓ ୩, ସେମାନେ ୫ ମେ ଅର୍ଥାତ ଆସନ୍ତାକାଲି ଏହି ଟଙ୍କାକୁ ଉଠାଇପାରିବେ।
- ସେହିପରି ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୪ ଓ ୫, ସେମାନେ ମେ ୬ ତାରିଖରେ ଉଠାଇପାରିବେ।
- ଯେଉଁମାନଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୬ ଓ ୭, ସେମାନେ ୮ ତାରିଖ ଏବଂ ଯେଉଁମାନଙ୍କର ଆକାଉଣ୍ଟ ନମ୍ବରର ଅନ୍ତିମ ଅଙ୍କ ୮ ଓ ୯ ସେମାନେ ମେ ୧୧ ତାରିଖରେ ଉଠାଇପାରିବେ।
- ସେହିପରି ୧୧ ମେ ପରେ ଯଦି କୌଣସି ହିତାଧିକାରୀ ଟଙ୍କା ଆଣିପାରିନାହାନ୍ତି ସେମାନେ ତାଙ୍କ ସୁବିଧା ଅନୁଯାୟୀ ବ୍ୟାଙ୍କରୁ ଟଙ୍କା ଆଣିପାରିବେ।