ଭଦ୍ରକରେ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ଠାରୁ ଲୁଟ୍: ଭୂଜାଲିରେ ହାଣି ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଚାନ୍ଦବାଲି: ଭୂଜାଲିରେ ହାଣି ଲୁଟିନେଲେ ୧୦ ଲକ୍ଷ । ଭଦ୍ରକ ଜିଲ୍ଲା ତିହିଡିରୁ ଏଭଳି ଅଭିଯୋଗ ଆସିଛି । ପାଳିଆବିନ୍ଧାରେ ଥିବା ରାଉତ ଭାରତ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କ ଠାରୁ ଲୁଟ୍‌ ହୋଇଛି । କର୍ମଚାରୀ ଜଣକ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ବାଇକରେ ଯାଉଥିଲେ । ଜିଝାରପୁର ରେଳକ୍ରସିଂ ନିକଟରେ ୩ଜଣ ଦୁର୍ବୃତ୍ତ କର୍ମଚାରୀଙ୍କ ହାତକୁ ଭୁଜାଲିରେ ଆକ୍ରମଣ କରିଥିଲେ । ପରେ ସବୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.