Below header

ଏଣିକି ନିଜ ଘରେ ଖୋଲିପାରିବେ ପୋଷ୍ଟ ଅଫିସ୍ , ଜାଣନ୍ତୁ ଆବେଦନ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

ଯଦି ଆପଣ କମ୍ ପାଠ ପଢିଛନ୍ତି ତେବେ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଦେଶର ସବୁଠାରୁ ବଡ଼ ସଂସ୍ଥା ଆପଣଙ୍କୂ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ଦେଉଛି ସୁବର୍ଣ୍ଣ ସୁଯୋଗ । ଆମେ କହୁଛୁ ପୋଷ୍ଟ ଅଫିସ୍ ବିଷୟରେ । ଦେଶର ବିଭିନ୍ନ ସହରରେ ନିଜର ଶାଖା ଖୋଲିବା ପାଇଁ ଚାହୁଁଥିବା ପୋଷ୍ଟାଲ୍ ଡିପାର୍ଟମେଂଟ୍ ସାଧାରଣ ଜନତାଙ୍କୁ ଏହାର ଫ୍ରାଞ୍ଚାଇଜ୍ ଖୋଲିବା ପାଇଁ ଦେଉଛି ସୁଯୋଗ । ଯାହା ଦ୍ବାରା ଭଲ ଆୟ କରିପାରିବେ ଆପଣ । ଏବେ ଆସନ୍ତୁ ଜାଣିବା ଏଥିପାଇଁ କେମିତି କରିବେ ଆବେଦନ ।

ଯେକୌଣସି ବି ବ୍ୟକ୍ତି ଯେପରିକି ପାନ ଦୋକାନୀ, ଗ୍ରୋସେରୀ ଦୋକାନୀ, କୌଣସି କର୍ନର ଏବଂ ପାର୍ଲର ପୋଷ୍ଟ ଅଫିସର ଫ୍ରାଞ୍ଚାଇଜ୍ ନେଇପାରିବେ । ଏହା ବ୍ୟତୀତ ନୂଆ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡଷ୍ଟ୍ରିଆଲ୍ ସେଣ୍ଟର, ୟୁନିଭର୍ସିଟି, କଲେଜ୍ ଆଦି ଏହୀ ଫ୍ରାଞ୍ଚାଇଜ୍ କାମ ନେଇପାରିବେ । ଆଉ ଏହି ଫ୍ରାଞ୍ଚାଇଜ୍ ନେବା ପାଇଁ ଫର୍ମ ସବମିଟ୍ କରିବାକୁ ପଡିବ । ଫର୍ମଟି ନିକଟସ୍ଥ ପୋଷ୍ଟ ଅଫିସରୁ ପାଇପାରିବେ । ତେବେ ସିଲେକ୍ଟ ହୋଇଥିବା ବ୍ୟକ୍ତିଙ୍କୁ ପୋଷ୍ଟାଲ୍ ବିଭାଗ ସହ ଗୋଟିଏ ଏମଓୟୁ ସ୍ବାକ୍ଷର କରିବାକୁ ପଡିବ । ତେବେ ଏଥିପାଇଁ ବ୍ୟକ୍ତିଙ୍କ ବୟସ ସର୍ବନିମ୍ନ ବୟସ ୧୮ ହେବା ସହ ଅତିକମରେ ୮ମ ପାସ୍ ହୋଇଥିବା ଆବଶ୍ୟକ ।

କେମିତି ହେବ ସିଲେକ୍ସନ୍ :

ଫ୍ରାଞ୍ଚାଇଜ୍ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସିଲେକ୍ସନ୍ ଡିଭିଜନାଲ୍ ମୁଖ୍ୟଙ୍କ ଦ୍ବାରା ହେବ । ସିଲେକ୍ସନ୍ ଆବେଦନ ପତ୍ର ମିଳିବାର ୧୪ ଦିନ ମଧ୍ୟରେ ASP/SDl ର ରିପୋର୍ଟ ଉପରେ ଆଧାରିତ ହୋଇଥାଏ ।

କିଏ ନେଇ ପାରିବନି ଫ୍ରାଞ୍ଚାଇଜ୍ :

india-post-ପୋଷ୍ଟ ଅଫିସରେ କାମ କରୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟ ଏହି ଫ୍ରାଞ୍ଚାଇଜ୍ ନେଇପାରିବେ ନାହିଁ ।

କେମିତି ହେବ ଆୟ :

ପୋଷ୍ଟାଲ୍ ସର୍ଭିସରୁ ମିଳୁଥିବା କମିଶନରୁ ଫ୍ରାଞ୍ଚାଇଜର ଆୟ ହେବ । ତେବେ ଏହି କମିଶନ୍ ଏମଓୟୁରେ ନିର୍ଣ୍ଣୟ ହୋଇଥାଏ ।

କେମିତି ପାଇବେ କମିଶନ୍ :

ରେଜିଷ୍ଟରର୍ଡ ଆର୍ଟିକଲ୍ସ ଉପରେ ୩ ଟଙ୍କା, ସ୍ପିଡ୍ ପୋଷ୍ଟ ଆର୍ଟିକଲ୍ସ ବୁକିଙ୍ଗରେ ୫ଟଙ୍କା, ୧୦୦ରୁ ୨୦୦ ଟଙ୍କାର ମନିଅର୍ଡର ବୁକିଙ୍ଗରେ ୩.୫୦ ଟଙ୍କା, ୨୦୦ରୁ ଅଧିକ ମନିଅର୍ଡରରେ ୫ ଟଙ୍କା କମିଶନ ପାଇବେ । ସେହିପରି ପ୍ରତିମାସ ରେଜିଷ୍ଟ୍ରି ଏବଂ ସ୍ପିଡ୍ ପୋଷ୍ଟର ୧୦୦୦ରୁ ଅଧିକ ଆର୍ଟିକଲ୍ସ ବୁକିଙ୍ଗରେ ୨୦ ପ୍ରତିଶତ ଅତିରିକ୍ତ କମିଶନ୍ ମିଳିବ । ପୋଷ୍ଟାଲ୍ ଷ୍ଟାମ୍ପ, ପୋଷ୍ଟଲ୍ ଷ୍ଟେସନାରୀ ଏବଂ ମନି ଅର୍ଡର ଫର୍ମର ବିକ୍ରିରେ ବିକ୍ରି ଆମାଉଂଟର ୫ ପ୍ରତିଶତ । ରେଭିନ୍ୟୁ ଷ୍ଟାମ୍ପ ଏବଂ ସେଣ୍ଟ୍ରାଲ୍ ରିକ୍ରୁଟିମେଂଟ୍ ଷ୍ଟାମ୍ପ୍ସ ବିକ୍ରି ସହ ରିଟେଲ୍ ସେବା ପାଇଁ ଆସିଥିବା ଟଙ୍କାର ୪୦ ପ୍ରତିଶତ କମିଶନ୍ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.