Below header

କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଲା ନିଆଁ, ବାସହୀନ ହେଲେ ହଲିଉଡ଼ ଷ୍ଟାର

ଆମେରିକା : ଆମେରିକାର କାଲିଫର୍ଣ୍ଣିଆରେ ଶତାବ୍ଦୀର ସବୁଠାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ପର୍ଯ୍ଯନ୍ତ ଘଟଣାରେ ୨୫ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଉଦ୍ଧାରକାରୀ ଶନିବାର ଆଉ ୧୪ଜଣଙ୍କର ମର ଶରୀର ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ଖାଲି ସାଧାରଣ ଜନତା ନୁହଁ ଏହି ନିଆଁରେ ହଲିଉଡ଼ କଳାକାରଙ୍କ ଘର ଜଳିପାଉଁଶ ହୋଇଯାଇଛି।

FDFIRE

କାଲିଫର୍ଣ୍ଣିଆର ମାଲିବୁ, ଫେରାଡ଼ାଇଜ୍ , କେଲାବାସସ୍ ଏବଂ ଥାଉଜେଣ୍ଡ ଅକ୍ସର ଜଙ୍ଗଲରେ ବ୍ଯାପିଥିବା ନିଆଁ ପାଇଁ ହଲିଉଡ଼ ଷ୍ଟାର ଲେଡ଼ି ଗାଗା, କିମ୍ କରଦାଶିୟା  ଏବଂ ୱିଲସନଙ୍କ ଭଳି ଆହୁରି କଳାକାରଙ୍କୁ ନିଜ ଘରକୁ ନିଆଁରେ ଜଳୁଥିବା ଦେଖିବାକୁ ପଡ଼ିଲା ।

wildfires

ମାଲିବୁରେ ଲାଗିଥିବା ନିଆଁ ପାଇଁ ହଲିଉଡ଼ ସେଲିବ୍ରେଟିଙ୍କ ସମେତ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂଚନା ଅନୁଯାୟୀ ଏହି ଭୟଙ୍କର ଅଗ୍ନିର ହାତରେ ପେରାଡ଼ାଇଜ୍ ସହର ପାଉଁଶ ହୋଇଯାଇଛି। ତେବେ ଦମକଳ ବାହାନୀଙ୍କ ସୂଚନା ଅନୁଯାୟୀ ପ୍ରାୟ ୬୫,୦୦୦ ଘରର ଏଥିରେ ପାଉଁଶ ହୋଇଯାଇଛି।

California-wildfire

କାଲିଫର୍ଣ୍ଣିୟାର ସହରରେ ନିଆଁ ୮୦ ରୁ ୯୦ ପ୍ରତିଶତ କ୍ଷତି ପହଞ୍ଚାଇଛି। ସହରରେ ବର୍ତ୍ତମାନ ମାତ୍ର ୧୦-୨୦ ପ୍ରତିଶତ ଘର ହିଁ ସଠିକ୍ ଅବସ୍ଥାରେ ରହିଛି। ତେବେ ଏହି ଅଗ୍ନିକାଣ୍ଡର ନାମ ବୁଲସୀ ଫାୟାର ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.