ଅନ୍ତିମ ସଂସ୍କାରର ଠିକ୍ ପୂର୍ବରୁ ବଞ୍ଚି ଉଠିଲେ ହେଲେ ୯୫ ବର୍ଷୀୟ ବୃଦ୍ଧା, ଜାଣନ୍ତୁ ପୂରା ଘଟଣା

ଜୟପୁର : ରାଜସ୍ତାନର ଝୁଝାନୁରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ଯକର ଘଟଣା। ନିଘୋର ନିଦରେ ଶୋଇଥିବା ଜଣେ ବୃଦ୍ଧଙ୍କର ବାହାର କରାଯାଇଥିଲା ଅନ୍ତିମ ସଂସ୍କାର ଯାତ୍ରା। ବିଧି ସମୟରେ ହଠାତ୍ ବୃଦ୍ଧାଉଠିଥିଲେ  ଏବଂ କହିଥିଲେ ମୁଁ ତ ଶୋଇଥିଲି। ତେବେ ସୂଚନା ଅନୁଯାୟୀ ବୃଦ୍ଧାଙ୍କର ନାମ ରାମ ଗୁଜ୍ଜର ବୋଲି ଜଣାପଡ଼ିଛି। ତେବେ ଆସନ୍ତୁ ନଜର ପକାଇବା କଣ ରହିଥିଲା ପୂରା ଘଟଣା।

man

ଭକ୍ତବାଲା ନିବାସୀ ବୃଦ୍ଧ ରାମ ଗୁଜର ଶନିବାର ଦ୍ବିପହର ସମୟରେ ଅଚେତ ହୋଇଯାଇଥିଲେ। ସେହି ସମୟରେ ପରିବାର ଲୋକ ଡାକ୍ତରଙ୍କୁ ଡାକିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରବାର ତଥା ଗ୍ରାମରେ ଶୋକାକୁଳ ପରିବେଶ ହେବା ସହ ସମସ୍ତ ବନ୍ଧୁପରିଜନ ଅନ୍ତିମସଂସ୍କାରର ପ୍ରସ୍ତୁତି କରିଥିଲେ। ଏପରିକି ପରିବାରର କିଛି ଜଣ ଲଣ୍ଡା ମଧ୍ୟ ହୋଇଯାଇଥିଲେ। ଏହାପରେ ଅନ୍ତିମ ଯାତ୍ରା ପାଇଁ ତାଙ୍କୁ ଉଠାଯିବା ସହ ପରମ୍ପରା ଅନୁଯାୟୀ ତାଙ୍କ ମୁହଁରେ ପାଣି ପକାଗଲା। ଆଉ ମୁହଁରେ ଥଣ୍ଡା ପାଣି ପଡ଼ିବାରୁ ବୃଦ୍ଧଙ୍କର ଚେତା ଫେରି ଆସିଥିଲା।

old

ଅନ୍ତିମ ସଂସ୍କାର ସମୟରେ ବୃଦ୍ଧାଙ୍କୁ ଉଠି ବସିଥିବା ଦେଖି ସେଠାରେ ଉପସ୍ଥିତ ବ୍ଯକ୍ତି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ। ପରେ ତାଙ୍କୁ ଘଟଣା ବିଷୟରେ ପଚରା ଯିବାରୁ ସେ କହିଲେ, ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ସେ ଗଭୀର ନିଦରେ ଶୋଇ ପଡ଼ିଥିଲେ। ଯାହାକୁ ପରିବାର ଲୋକ ମୃତ୍ଯୁ ବୋଲି ଭାବି ଶବଦାହ ପାଇଁ ନେଉଥିଲେ।