Below header

ହ୍ୟୁଣ୍ଡାଇ କାରର ଜବରଦସ୍ତ ଅଫର , ଗ୍ରାହକମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

ଚଳିତ ମାସ ହ୍ୟୁଣ୍ଡାଇ କାର ଗ୍ରାହକମାନଙ୍କ ପାଇଁ ଆଣିଛି ଆକର୍ଷକ ଅଫର୍ । କାରର ଅଧିକ ବିକ୍ରି ପାଇଁ କଂପାନୀ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି। ଫେବୃଆରୀ ୨୦୨୦ରେ ଦକ୍ଷିଣ କୋରିଆ କାର ନିର୍ମାତା ୪୦,୦୧୦ ୟୁନିଟସ୍ ବିକ୍ରି କରିଥିଲେ, ଯେଉଁଠି ପୂର୍ବ ମାସ ୫୧,୬୦୦ ୟୁନିଟସ୍ ବିକ୍ରି କରାଯାଇଥିଲା। ଆଗକୁ ଆସୁଥିବା ଅଫର ଅନୁଯାୟୀ କଂପାନୀ ପେଟ୍ରୋଲ ଏବଂ ଡିଜେଲ ଉପରେ ୧ଲକ୍ଷ ଟଙ୍କା ପ୍ରତି ଛାଡ ଦେଇଛି। ଯେଉଁଥିରୁ ଗ୍ରାହକମାନେ ଫାଇଦା ଉଠାଇପାରିବେ।

Hyundai Grand i10 NIOS

ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ମଧ୍ୟ ରହିଛି। ମାତ୍ର ଏହି ଅଫର ସିଏନଜି ଭେରିଏଣ୍ଟ ଉପରେ ଲାଗୁ ହେବ ନାହିଁ। ହୁଣ୍ଡାଇ ଗ୍ରାଣ୍ଡ i10 NIOS କାରରେ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି, ଯେଉଁଠି ୪୫ ହଜାର ଟଙ୍କା ନଗଦ ଡିସକାଉଣ୍ଟ ସହ ୧୦ ହଜାର ଟଙ୍କାର ବୋନସ ଏକ୍ସଚେଞ୍ଜ ଅଫର ରହିଛି। ଏହାସହ ୫ହଜାର ଟଙ୍କାର କର୍ପୋରେଟ ଡିସକାଉଣ୍ଟ ମିଳୁଛି । ଏହି ଅଫର କେବଳ ପେଟ୍ରୋଲ ଏବଂ ଡିଜେଲ ଭେରିଏଣ୍ଟସ୍‌ଙ୍କ ପାଇଁ ଉପଲବ୍ଧ।

ଯଦି ଆପଣ ହ୍ୟୁଣ୍ଡାଇର ସବୁଠୁ ଶସ୍ତା ସେଡାନ କାର Aura କିଣିବାକୁ ଚାହୁଁଛନ୍ତି ତେବେ ଏଥିରେ ଆପଣଙ୍କୁ ୭୦ ହଜାର ଟଙ୍କା ପ୍ରତି ଛାଡ ମିଳିବ। ୫୦ ହଜାର ଟଙ୍କାର ନଗଦ ଛାଡ ସହ ୧୫ ହଜାର ଟଙ୍କାର ବୋନସ ଏକ୍ସଚେଞ୍ଜ ଏବଂ ୫ହଜାର ଟଙ୍କାର କର୍ପୋରେଟ ଡିସକାଉଣ୍ଟ ମିଳିବ। ଏହା ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଭେରିଏଣ୍ଟସ୍‌ଙ୍କ ପାଇଁ ଉପଲବ୍ଧ।

ଭାରତରେ ହ୍ୟୁଣ୍ଡାଇର ଫ୍ଲୋଗସିପ ସେଡାନ କାର ହୁଣ୍ଡାଇ Elantra ଉପରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ ଦିଆଯାଇଛି। ଏହି କାରରେ ୭୦ ହଜାର ଟଙ୍କାର ନଗଦ ଛାଡ ସହ ୩୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ରହିଛି। ପେଟ୍ରୋଲ ଏବଂ ଡିଜେଲ ଭେରିଏଣ୍ଟସ୍‌ଙ୍କ ପାଇଁ ଏହା ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.