Below header

କେନ୍ଦୁଝର: ଶଙ୍କରପୁର ଠାରେ ଟ୍ରକରୁ ମୋବାଇଲ ଚୋରି କରୁଥିବା ବେଳେ ଚୋରକୁ ଧରି ଗଛରେ ବାନ୍ଧିଲେ ଲୋକେ

କେନ୍ଦୁଝର(ବ୍ୟୁରୋ):  ମୋବାଇଲ ଚୋରକୁ ଗଛରେ ବାନ୍ଧିଲେ ଲୋକେ। କେନ୍ଦୁଝର ସଦର ଥାନା ଶଙ୍କରପୁର ଠାରେ ମୋବାଇଲ ଚୋରକୁ ଧରି ଗଛରେ ବାନ୍ଧିଛନ୍ତି ଲୋକେ। ଗତ କିଛି ଦିନ ଧରି ଜାତୀୟ ରାଜପଥରେ ଟ୍ରକରୁ ବାରମ୍ବାର ଟଙ୍କା, ମୋବାଇଲ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଆଜି ଟ୍ରକରୁ ଚୋରି କରୁଥିବା ଚୋରକୁ ଧରିଥିଲେ ଟ୍ରକ ଡ୍ରାଇଭର।

ଦୁଇଜଣ ଚୋର ଟ୍ରକରୁ ଚୋରି କରୁଥିବା ବେଳେ ଜଣକୁ ଧରିଥିଲେ। ଡ୍ରାଇଭରଙ୍କ କବଜାରେ ଥିବା ଚୋରକୁ ସେମାନେ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ତା ନିକଟରୁ ୫ଟି ମୋବାଇଲ ଉଦ୍ଧାର କରାଯାଇଛି। ଚୋରକୁ ଗିରଫ କରି ଥାନାକୁ ନେଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.