ଆଜି ବିଶ୍ୱ କିଡ୍‌ନୀ ଦିବସ : ବହୁତ ମାରାତ୍ମକ କିଡ୍‌ନୀ ରୋଗ, ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ

କିଡ୍‌ନୀ ରୋଗ ବହୁତ ମାରାତ୍ମକ ହୋଇଥାଏ । ଏହି ରୋଗ ହେଲେ ଅଧିକ ସାବଧାନ ହେବାକୁ ପଡିଥାଏ । କିଡ୍‌ନୀ ରୋଗର ହେବାର ବହୁତ କାରଣ ଥାଏ । ଅଧିକ ମାତ୍ରାରେ ମଦ୍ୟ ପାନ ଓ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଏହି ରୋଗର କାରଣ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସ୍‌ କିଡନୀ ରୋଗ ବୃଦ୍ଧିର କାରଣ ହୋଇଥାଏ । ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରଥମେ ଅନିୟମିତତା ଖାଦ୍ୟ ପାନୀୟ ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ । କିଡନୀ ରୋଗ ପାଇଁ ଶରୀରର ଅନ୍ୟ କେତେକ ଅଙ୍ଗ ମଧ୍ୟ ଖରାପ ହୋଇଥାଏ ।

kidney
photo credit: creative biolabs

ଜାଣନ୍ତୁ, ଏହି ରୋଗରୁ ବଞ୍ଚିବାର ଉପାୟ

କିଡ୍‌ନୀ ରୋଗରୁ ରକ୍ଷା ପାଇବାର ଅନେକ ଉପାୟ ରହିଛି । ନିୟମିତ ଭାବେ ଯୋଗ କରିବା ଦ୍ୱାରା ଏହି ରୋଗ ଉପରେ ନିୟନ୍ତ୍ରଣ କରାଯାଇଥାଏ । ଏହାଛଡ଼ା ଧୂମ୍ରପାନ ଓ ମଦ ପିଇବାରୁ ବିରତ ରହିବା ଉଚିତ୍‌ । ଫାଷ୍ଟ ଫୁଡ୍‌ ନଖାଇ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍‌ । ଅଧିକାଂସ ସମୟ ଲୋକେ ବିନ୍ଧାରୁ ରକ୍ଷା ପାଇବା ପାଇଁ ପେନ୍‌ କିଲର ନେଇଥାନ୍ତି । ଯାହାକି କିଡନୀ ଖରାପ ହେବାର ଏକ କାରଣ ହୋଇଥାଏ ।

ଜାଣନ୍ତୁ କେମିତି କାମ କରିଥାଏ କିଡନୀ

ଲକ୍ଷ ସୂକ୍ଷ୍ମ ତନ୍ତୁ ମିଶି କରି କିଡ୍‌ୀନୀ ନିର୍ମାଣ ହୋଇଥାଏ । ଏହି ତନ୍ତୁକୁ ନେଫ୍ରାନ୍ସ କୁହାଯାଏ । ଏହାର କାମ ବ୍ଲଡ୍‌ ଫିଲ୍ଟର କରିବା ହୋଇଥାଏ । ନେଫ୍ରାନ୍ସର ଖରାପ କାରଣରୁ କିଡ୍‌ନୀରେ ସମସ୍ୟା ଦେଖାଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.