ଧବଳେଶ୍ବରଙ୍କ ପୀଠରେ ଚାଲିଛି ଜାଗର ପର୍ବ, ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାପ୍ରଭୁ ୫୦କେଜି ରୂପାର ବିମାନରେ କରିବେ ବେଢ଼ା ପରିକ୍ରମା

ଆଠଗଡ: ଆଜି ହେଉଛି ମହାଶିବରାତ୍ରି ବା ଜାଗର ପର୍ବ । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସକାଳ ୬ଟାରୁ ଆସନ୍ତା କାଲି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ।

dhabaleswarପୂଜକ ସମିତି ପକ୍ଷରୁ ଭୋର ଚାରିଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ କେତକୀ ଫୁଲରେ ସୁସଜ୍ଜିତ କରାଯାଇ ବିନା ଭକ୍ତରେ ଦର୍ଶନ ଦେଉଛନ୍ତି ଧବଳେଶ୍ବର। ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହରରେ ଏକ ସ୍ୱତନ୍ତ୍ର ଭୋଗ ଲାଗିହେବ। ଯାହାକୁ ମାଣ୍ଡୁଅ ଭୋଗ ବୋଲି କୁହାଯାଇଥାଏ। ଯାହାକି ସଂସାରର କୌଣସି ଶୈବ ପୀଠରେ ଏହି ମାଣ୍ଡୁଅ ଭୋଗ ଲାଗି କରାଯାଇ ନଥାଏ। କେବଳ ଧବଳେଶ୍ବରଙ୍କ ପୀଠରେ ହିଁ ଏହି ଭୋଗ ଲାଗି ହୋଇଥାଏ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାବା ଧବଳେଶ୍ବର ବେଢ଼ା ପରିକ୍ରମା କରିବା ପାଇଁ ପଚାଷ କେଜି ଓଜନ ରୂପାରେ ଏକ ବିମାନ ନିର୍ମାଣ ମଧ୍ୟ୍ୟ କରାଯାଇଛି।