Below header

ଆଇସିଆଇସିଆଇ ବ୍ୟାଙ୍କ୍‌ ପ୍ରଚଳନ କଲା ମୋବାଇଲ୍‌ ଏପ୍ସ ଜରିଆରେ କାର୍ଡଲେସ୍‌ ଟଙ୍କା ଉଠାଣ ବ୍ୟବସ୍ଥା, ଜାଣନ୍ତୁ କିପରି କରିବେ ଉଠାଣ

ଆଇସିଆସିଆଇ ବ୍ୟାଙ୍କ୍‌ ବିନା କାର୍ଡରେ ମୋବାଇଲ୍‌ ଏପ୍‌ ଜରିଆରେ ଟଙ୍କା ଉଠାଣ ବ୍ୟବସ୍ଥାର ଶୁଭାରମ୍ଭ କରିଛି । ପ୍ରାଥମିକସ୍ତରରେ ଏହି ବ୍ୟବସ୍ଥା ଦେଶର ୧୫୦୦୦ ଏଟିଏମ୍‌ରେ କାର୍ଯ୍ୟକାରୀ କରାଯାଇଛି । ଡେବିଟ୍‌ କାର୍ଡ ବ୍ୟବହାର ନକରି ଗ୍ରାହକ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ । iMobile ଏପ୍‌ ଜରିଆରେ ଅତି ସହଜ ଓ ସରଳ ଉପାୟରେ ଗ୍ରାହକ ଏଟିଏମ୍‌ରୁ ଟଙ୍କା ଉଠାଣ କରିପାରିବେ ।

କାର୍ଡଲେସ୍‌ ମାଧ୍ୟମରେ ଟଙ୍କା ଉଠାଣର ଲାଭ

. କାର୍ଡ କିମ୍ବା ଏଟିଏମ୍‌ ପିନ୍‌ର ଆବଶ୍ୟକ ନଥାଏ ।
. କାର୍ଡ ବ୍ୟବହାର ଅପେକ୍ଷା ଏହା ଶୀଘ୍ରତମ
. ଏଥିରେ କୈାଣସି ଦେୟ ଲାଗିବ ନାହିଁ ।
. ଗ୍ରାହକ ୨୦ ହଜାର ଟଙ୍କା ଯାଏ ଉଠାଇ ପାରିବେ ।

icici-1

iMobile ଏପ୍‌ ଜରିଆରେ କିପରି ଉଠାଇବେ ଟଙ୍କା

. ପ୍ରଥମେ ଗ୍ରାହକଙ୍କୁ iMobile ଏପ୍‌ ଲଗ୍‌ ଇନ୍‌ କରିବାକୁ ପଡ଼ିବ ।
. ଏବେ ଏପ୍‌ର ସର୍ଭିସ ଅପ୍‌ସନ୍‌କୁ ଯାଆନ୍ତୁ ।
. ତା’ପରେ ‘କାର୍ଡଲେସ୍‌ କ୍ୟାସ୍‌ ଓ୍ଵିଥ୍‌ଡ୍ରଏଲ୍‌’ ଅପ୍‌ସନ୍‌କୁ ଯାଆନ୍ତୁ ।
. ଗ୍ରାହକଙ୍କୁ ତା’ପରେ ଆବଶ୍ୟକ ଥିବା ଟଙ୍କା ଓ ଟେମ୍ପୋରାରୀ ପିନ୍‌ ଦେବାକୁ ପଡ଼ିବ ।
. ଏବେ ‘ରିକ୍ୱେଷ୍ଟ ସବ୍‌ମିଟ୍‌’ କରନ୍ତୁ ।
. ଏବେ ଆପଣଙ୍କ ରେଜିଷ୍ଟେଡ୍‌ ମୋବାଇଲ୍‌କୁ ‘ଏସ୍‌ଏମ୍‌ଏସ୍‌’ ଜରିଆରେ ଆସିଥିବା ଏକ ରେଫେରେନ୍ସ ନମ୍ବରକୁ ବ୍ୟବହାର କରି ଆଇସିଆଇସିଆଇ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ ।
. ଏଟିଏମ୍‌ରେ ‘ଗ୍ରାହକଙ୍କୁ କାର୍ଡଲେସ୍‌ କ୍ୟାସ୍‌ ଓ୍ଵିଥ୍‌ଡ୍ରଏଲ୍‌ ଅପ୍‌ସନ୍‌’ ବାଛିବାକୁ ପଡ଼ିବ । ତା’ପରେ ମୋବାଇଲ୍‌କୁ ଆସିଥିବା ରେଫେରାନ୍ସ ନମ୍ବର, ଟେମ୍ପେରାରୀ ପିନ୍‌ ଓ ଏମାଉଣ୍ଟ(ଟଙ୍କା) ଦେଇ ଟଙ୍କା ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.